ଦେବଗଡ଼:କାର୍ଯ୍ୟାଳୟରୁ କାର୍ଯ୍ୟରତ କିରାଣୀ ନିଖୋଜ । ଦେବଗଡ଼ ବନଖଣ୍ଡ କାର୍ଯ୍ୟାଳରୁ ନିଖୋଜ ହୋଇଛନ୍ତି କିରାଣୀ । ଦୀର୍ଘ 5 ଦିନ ହେଲା କିରାଣୀ ଜଣଙ୍କର ମିଳୁନି ପତ୍ତା । ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଏକ ନିଖୋଜ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏହାର ଅନୁସନ୍ଧାନ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଦେବଗଡ଼ ବନଖଣ୍ଡ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ ବାରକୋଟ ବ୍ଲକ କଲା ଗ୍ରାମର କେଶବ ଚନ୍ଦ୍ର ବେହେରା । ପ୍ରତିଦିନ ଭଳି କେଶବ ଗତ ୩ ତାରିଖରେ ଅଫିସକୁ ଯାଇଥିଲେ । କିନ୍ତୁ ଅଫିସ ଯାଇ କୁଆଡେ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କର ତ୍ସୀ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିର୍ତ୍ତି କରି ଆଦର୍ଶ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ, କେଶବ ଗତ ୩ ତାରିଖ ଦିନ ଦେବଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ମାତ୍ର ଅପରାହ୍ନରୁ ସେ କାର୍ଯ୍ୟାଳୟରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ । କେଶବ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ମୋବାଇଲରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କେଶବଙ୍କ ମୋବାଇଲ ସ୍ବିଟ୍ ଅଫ ଥିଲା । ଏନେଇ ପରିବାର ଲୋକ କେଶବଙ୍କୁ ଖୋଜିବା ଆରମ୍ଭ କରିଥିଲେ ।