ଦେବଗଡ଼: ରିଆମାଳ ବ୍ଲକ ମୂଷାକାନି ଗାଁ ନିକଟସ୍ଥ ରେଙ୍ଗାଲି ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇଥିବା ବେଳେ ବଜ୍ରପାତରେ ଜଣେ ଧୀବରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ଜିତୁ ଧୀବର ।
ସୂଚନା ଅନୁଯାୟୀ , ପୋଡାଡିହି ଗାଁ ର ଗୁରୁଚରଣ ଧୀବର ଙ୍କ ପୁଅ ଜିତୁ ଧୀବର (28 ) ମୂଷାକାନି ଗାଁ ନିକଟସ୍ଥ ରେଙ୍ଗାଲି ଜଳଭଣ୍ଡାର ତଟରେ ଏକ କୁଡ଼ିଆ କରି ମାଛମାରି ଜୀବିକା ନିର୍ବାହ କରି ଆସୁଥିଲେ । ଆଜି ଅପରାହ୍ନରେ ସେ ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇଥିବା ବେଳେ ବଜ୍ରପାତରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ସରପଞ୍ଚ ଅମୂଲ୍ୟ ବେହେରା , ପୂର୍ବତନ ସରପଞ୍ଚ ନନ୍ଦ କିଶୋର ମହାପାତ୍ର ,ଖାଇରପାଲି ଫାଣ୍ଡି ଅଧିକାରୀ ବିଜୟ ଦେହୁରୀ ପ୍ରମୁଖ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ।