ଓଡିଶା

odisha

ETV Bharat / state

ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଫାୟାର ଲାଇନ କ୍ରିଏସନ କାର୍ଯ୍ୟକ୍ରମ - fire line creation program

ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲକ୍ଷ୍ୟରେ ଆଗୁଆ ପଦକ୍ଷେପ ନେଇଛି ଦେବଗଡ଼ ବନ ବିଭାଗ । ବନବିଭାଗ ପକ୍ଷରୁ ଫାୟାର ଲାଇନ କ୍ରିଏସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

fire line creation program held at deogarh
ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଫାୟାର ଲାଇନ କ୍ରିଏସନ କାର୍ଯ୍ୟକ୍ରମ

By

Published : Mar 12, 2020, 4:11 PM IST

ଦେବଗଡ: ପ୍ରତିବର୍ଷ ଜଙ୍ଗଲ ପୋଡି ଯୋଗୁଁ ନଷ୍ଟ ହୋଇଯାଉଛି ବହୁ ମୂଲ୍ୟବାନ ବୃକ୍ଷରାଜି ଓ ବନ୍ୟଜନ୍ତୁ । ଜଙ୍ଗଲ ନିଆଁକୁ ରୋକିବା ପାଇଁ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଫାୟାର ଲାଇନ କ୍ରିଏସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଫାୟାର ଲାଇନ କ୍ରିଏସନ କାର୍ଯ୍ୟକ୍ରମ

ଦେବଗଡ ଡିଏଫଓ କ୍ଷମା ଷଢଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ, ଗୁରୁବାର ଦେବଗଡ଼ ରେଞ୍ଜର ଦେବଦତ୍ତ ନନ୍ଦ ଓ ଫରେଷ୍ଟର ପ୍ରସନ୍ନ ସାହୁଙ୍କ ନେତୃତ୍ବରେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଫାୟାର ଲାଇନ କରାଯାଇଛି । ଏହି କ୍ରମରେ ଫାୟାର ବ୍ଲୋୟର ସାହାଯ୍ୟରେ ଜଙ୍ଗଲରେ ପଡିଥିବା ଶୁଖିଲାପତ୍ର ଓ କାଠକୁ ଏକତ୍ରିତ କରି ତାହାକୁ ପୋଡି ଦିଆଯାଇଛି । ବନବିଭାଗର ଏହି ପଦକ୍ଷେପ ଚଳିତବର୍ଷ ଜଙ୍ଗଲ ପୋଡିକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details