ଓଡିଶା

odisha

ETV Bharat / state

ଆଶା ଓ ଆଶଙ୍କା ମଧ୍ୟରେ ଝାରସୁଗୁଡା ବାରକୋଟ ନୂତନ ରେଳପଥ

ଦେବଗଡ଼ ଜିଲ୍ଲାରେ ଗଡିବ ରେଳଗାଡି । ଝାରସୁଗୁଡାରୁ କୁଚିଣ୍ଡା ଦେଇ ଦେବଗଡ଼ ଜିଲ୍ଲାର ବାରକୋଟ ପର୍ଯ୍ୟନ୍ତ 160 କିମି ରେଳ ଲାଇନ ପାଇଁ ପ୍ରସ୍ତୁତ ଡ଼ିପିଆରକୁ ମିଳିଛି ରେଳ ମନ୍ତ୍ରଣାଳୟର ଅନୁମୋଦନ । ଅଧିକ ପଢନ୍ତୁ

Final location survey
Final location survey

By

Published : Aug 9, 2023, 12:54 PM IST

Final location survey

ଦେବଗଡ: ଶିଳ୍ପ ବିହୀନ ଦେବଗଡ଼ ଜିଲ୍ଲାରେ ଗଡିବ ରେଲଗାଡି । ସୃଷ୍ଟି ହେବ ବିକାଶର ନୂଆଧାରା । ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ହେବା ସହ ଚାଷୀଭାଇ ମାନେ ଉପକୃତ ହେବେ । ଏଥିପାଇଁ ପ୍ରସ୍ତୁତ ଡିପିଆରକୁ ମିଳିଛି ରେଳ ମନ୍ତ୍ରାଳୟର ମଞ୍ଜୁରୀ । ହେଲେ ଅନ୍ୟପଟେ ଦେବଗଡ଼ ଜିଲ୍ଲା ଦେଇ ଯିବାକୁ ଥିବା ତାଳଚେର ବିମଲାଗଡ଼ ରେଳପଥ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବାରୁ ଏହି ନୂତନ ରେଳପଥର ଆଗାମୀ ରୂପରେଖ ନେଇ ଜିଲ୍ଲାବାସୀଙ୍କ ମନରେ ଅନେକ ଆଶା ଓ ଆଶଙ୍କା ଦେଖାଦେଇଛି ।

ସୂଚନା ମୁତାବକ, ଝାରସୁଗୁଡାରୁ କୁଚିଣ୍ଡା ଦେଇ ଦେବଗଡ଼ ଜିଲ୍ଲାର ବାରକୋଟ ପର୍ଯ୍ୟନ୍ତ 160 କିମି ରେଳ ଲାଇନ ପାଇଁ ପ୍ରସ୍ତୁତ ଡ଼ିପିଆରକୁ ମିଳିଛି ରେଳ ମନ୍ତ୍ରଣାଳୟର ଅନୁମୋଦନ । ରେଳପଥ କାର୍ଯ୍ୟ ସର୍ଭେ ପାଇଁ ପ୍ରଥମ ପର୍ଯ୍ୟାୟରେ 4 କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି ସରକାର । ତେବେ ଆଜିକୁ ଦୀର୍ଘ 40 ବର୍ଷ ହେଲା ଦେବଗଡ଼ ଜିଲ୍ଲା ଦେଇ ଯିବାକୁ ଥିବା ତାଳଚେର ବିମଲାଗଡ଼ ରେଳପଥ କାର୍ଯ୍ୟ ଅଦ୍ୟାବଧି ସମାପ୍ତ ହୋଇପାରୁ ନ ଥିବା ବେଳେ, ନୂତନ ପ୍ରସ୍ତାବିତ ଝାରସୁଗୁଡା- ବାରକୋଟ 160 କିମି ବିଶିଷ୍ଟ ରେଳପଥ କାର୍ଯ୍ୟ ସରିବା ପାଇଁ ଯେ କେତେ ସମୟ ଲାଗିବ ତାହାକୁ ନେଇ ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏନେଇ ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣ ଓ ବୁଦ୍ଧିଜୀବୀ ଭିନ୍ନଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଏହି ନୂତନ ପ୍ରସ୍ତାବିତ ରେଳପଥକୁ ଜିଲ୍ଲାବାସୀ ସ୍ୱାଗତ କରିଥିବା ବେଳେ ଏନେଇ ଅନେକଙ୍କ ମନରେ ଆଶଙ୍କା ବି ଦେଖାଦେଇଛି । ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଏହି ସମୟରେ ରେଳପଥ ଘୋଷଣା କରାଯିବା ଏକ ରାଜନୈତିକ ଚାଲ ହୋଇ ଥାଇପାରେ ବୋଲି ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ନୂତନ ପ୍ରସ୍ତାବିତ ଝାରସୁଗୁଡା ବାରକୋଟ ରେଳପଥର ଆଗାମୀ ରୂପରେଖ କଣ ହେବ, ତାହା ସମୟ ହିଁ କହିବ ।

ଏହା ମଧ୍ୟ ପଢନ୍ତୁ-ରେଳପଥ ନିର୍ମାଣ ପୂର୍ବରୁ ଚାଷୀ ଅସନ୍ତୋଷ, ବର୍ଷା ପାଣିରେ ବୁଡି ରହିଛି ଚାଷ ଜମି

ଏନେଇ ଦେବଗଡ଼ ପୌର ପରିଷଦର ଉପ ନଗରପାଳ ପ୍ରଜିତ କୁମାର ଭୋଜ କହିଛନ୍ତି ଯେ, 'ଦେବଗଡ଼ ଜିଲ୍ଲାର ବାରକୋଟ ପର୍ଯ୍ୟନ୍ତ ରେଳ ଲାଇନ ହେଲେ ଦେବଗଡର ଉନ୍ନତି ହେବ । ଏଥିରେ ଅନେକ ଲୋକ ଉପକୃତ ହେବେ । ଏଥିସହି କୃଷି କ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ଭିତ୍ତିଭୂମି ସୁଦୃଢ ହେବ । ତେବେ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ହିଁ ଦେଖିବାକୁ ବାକି ରହିଲା । ଆଶା କରୁଛୁ 2024 ସୁଦ୍ଧା ଏହା କାର୍ଯ୍ୟ ଶେଷ ହେବ। '

ଇଟିଭି ଭାରତ, ଦେବଗଡ

ABOUT THE AUTHOR

...view details