ଦେବଗଡ଼: ଶୁଖିଗଲାଣି ଜଳାଶୟ । ଉଜୁଡି ଗଲାଣି ଚାଷ କାର୍ଯ୍ୟ । ଜଳାଶୟ ଉପରେ ନିର୍ଭର କରି ଚାଷକାର୍ଯ୍ୟ କରିଆସୁଥିବା ଚାଷୀ ଏବେ ଚିନ୍ତାରେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ବାରକୋଟ ବ୍ଲକର ଦନ୍ତାରିବାହାଲ ଗାଁରେ ।
ଶୁଖିଗଲାଣି ଜଳାଶୟ: ଉଜୁଡି ଗଲାଣି ଚାଷ, ଚିନ୍ତାରେ ଚାଷୀ - farmers are-tension in Deogarh
ଶୁଖିଗଲାଣି ଜଳାଶୟ । ଉଜୁଡି ଗଲାଣି ଚାଷ କାର୍ଯ୍ୟ । ଜଳାଶୟ ଉପରେ ନିର୍ଭର କରି ଚାଷକାର୍ଯ୍ୟ କରିଆସୁଥିବା ଚାଷୀ ଏବେ ଚିନ୍ତାରେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ବାରକୋଟ ବ୍ଲକର ଦନ୍ତାରିବାହାଲ ଗାଁରେ । ଅଧିକ ପଢନ୍ତୁ...
ମାତ୍ର, ବିଡ଼ମ୍ବନାର ବିଷୟ ହେଲା ଦନ୍ତାରିବାହାଳ ପଞ୍ଚାୟତ ପକ୍ଷରୁ ଖୋଳା ଯାଇଥିବା ଏହି କଟାଟି ଆଜକୁ ଦୀର୍ଘ ବର୍ଷ ହେଲା ପୁନରୁଦ୍ଧାର କରାଯାଇନାହିଁ । ତେଣୁ କିଛିବର୍ଷ ହେବ କଟାଟି ପୋତି ହୋଇ ଯିବାକୁ ବସିଛି ।
ପ୍ରତିବର୍ଷ ମାର୍ଚ୍ଚ ପହିଲା ଠାରୁ କଟାଟି ଶୁଖିଯାଉଥିବାରୁ ଏହା ଉପରେ ନିର୍ଭରଶୀଳ ଗ୍ରାମବାସୀ ନାହିଁ ନଥିବା ଜଳକଷ୍ଟ ଭୋଗୁଛନ୍ତି । ସେପଟେ ଶହ ଶହ ଏକର ଚାଷଜମିରେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ଉଜୁଡି ଯାଉଛି । ଫଳରେ ଚାଷୀକୂଳ ଏଥିରେ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ଜଳାଶୟର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ ।
ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କଟାର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ