ଓଡିଶା

odisha

ETV Bharat / state

ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ମଦ ଜବତ, 5 ଗିରଫ - debagarh Excise department raid

ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧିକ୍ଷକ ଅଜିତ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବେଆଇନ ଦେଶୀ ମଦ ଜବତ କରାଯିବା ସହିତ 5 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ମଦ ଜବତ, 5 ଗିରଫ
ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ମଦ ଜବତ, 5 ଗିରଫ

By

Published : Apr 10, 2021, 8:03 PM IST

ଦେବଗଡ଼ : ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧିକ୍ଷକ ଅଜିତ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବେଆଇନ ଦେଶୀ ମଦ ଜବତ କରାଯିବା ସହିତ 5 ଜଣଙ୍କୁ ଗିରଫ କରାଯାଇଛି । ଜିଲ୍ଲାରେ ଚାଲିଥିବା ଅବାଧ ଚୋରାମଦ କାରବାରକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଦେବଗଡ଼ ପୌରାଞ୍ଚଳର ପୁରୁଣାଗଡ଼, ହାତିଶାଳ ଶାହି ଓ କୁଣ୍ଢେଇଗୋଳା ଥାନା ଅଧିନ ତିଳେଇପଶି ଗ୍ରାମରେ ଚଢ଼ାଉ କରି 30 ଲିଟର ମହୁଲି ମଦ, 160 କିଲୋ ମହୁଲ ପୋଚ ଓ 130 କିଲୋ କୁସୁନା ଜବତ କରାଯିବା ସହିତ ଏହି ମାମଲାରେ 5 ଜଣଙ୍କୁ ଗିରଫ କରାଯାଇଛି ।

ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ମଦ ଜବତ, 5 ଗିରଫ

ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାଗଡ଼ର ସୁଜାତା ହସ୍ତୀ, ତିରଣ ମହାନନ୍ଦ, ତେନ୍ତୁଳି ସାହିର ସୁଷମା ମୁଣ୍ଡା, ହାତିଶାଳ ସାହିର ଅନିତା ଥାପ୍ପା ଓ ତିଳେଇପଶି ଗାଁର ସାହେବ ବେହେରା । ଏହି ଚଢ଼ାଉରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସୌଦାମିନୀ ନାୟକ, ଏପିଆର ଫୋର୍ସଙ୍କ ସହିତ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ, ଉପନିରୀକ୍ଷକ ସିଦ୍ଧେଶ୍ୱର ନାୟକ, ଏଏସଆଇ ବାଦଲ କୁମାର ବ୍ରହ୍ମା, ଲୋକନାଥ ବେହେରା ଓ ପଦ୍ମାଳୟ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details