ଓଡିଶା

odisha

ETV Bharat / state

ଦେବଗଡ଼ରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ, ଚିନ୍ତାରେ ଚାଷୀକୂଳ - ହାତୀ ଉପଦ୍ରବ

ଦେବଗଡ଼ରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ । ଚାରିଦିନ ହେଲା ଏକ 30 ଘରିଆ ହାତୀପଲ ଆସି 100 ଏକରରୁ ଉର୍ଦ୍ଧ୍ବ ଧାନ ଫସଲ ନଷ୍ଟ କରିଥିବା ବେଳେ, ବହୁ ସଂଖ୍ୟାରେ ବାଡିବଗିଚା ମଧ୍ୟ ନଷ୍ଟ କରିଥିବା ଜଣାଯାଇଛି । ଅଧିକ ପଢନ୍ତୁ...

ଦେବଗଡ଼ରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ, ଚିନ୍ତାରେ ଚାଷୀକୂଳ
ଦେବଗଡ଼ରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ, ଚିନ୍ତାରେ ଚାଷୀକୂଳ

By

Published : Oct 24, 2021, 8:49 AM IST

ଦେବଗଡ଼: ବିଗତ କିଛିମାସ ହେଲା ଦେବଗଡ଼ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ। ଶହ ଶହ ସଂଖ୍ୟାରେ ହାତୀପଲ ଆସି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଲୋକଙ୍କ ବାଡିବଗିଚା ନଷ୍ଟ କରି ପକାଉଛନ୍ତି । ଏପଟେ ଚାରିଦିନ ହେଲା ଏକ 30 ଘରିଆ ହାତୀପଲ ବାରକୋଟ ରେଞ୍ଜ ଅଧିନ ବୃନ୍ଦାବନପୁର, ଭଟାଚୁଆ ଓ ଧାଡ଼ିଖୋଲ ଆଦି ଗାଁକୁ ଆସି ନାହିଁ ନଥିବା କ୍ଷୟକ୍ଷତି ଘଟାଇ ଚାଲିଛନ୍ତି । ଏହି ଅଞ୍ଚଳରେ ହାତୀପଲ ପ୍ରାୟ 100 ଏକରରୁ ଊର୍ଦ୍ଧ୍ବ ଧାନ ଫସଲ ନଷ୍ଟ କରିଥିବା ବେଳେ, ବହୁ ସଂଖ୍ୟାରେ ବାଡିବଗିଚା ମଧ୍ୟ ନଷ୍ଟ କରି ଥିବା ଜଣାଯାଇଛି ।

ଦେବଗଡ଼ରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ, ଚିନ୍ତାରେ ଚାଷୀକୂଳ

ବର୍ତ୍ତମାନ ଧାନ ଫସଲ ଅମଳ ହେବାକୁ ବସିଥିବା ବେଳେ, ଏହି ସମୟରେ ହାତୀ ପଲ ଆସି 100 ଏକରରୁ ଉର୍ଦ୍ଧ୍ବ ଧାନ ଫସଲ ନଷ୍ଟ କରିସାରିଲେଣି, ଯାହା ଚାଷୀକୁଳଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସ୍ଥାନୀୟ ଗ୍ରାମବାସୀ ଓ ବନବିଭାଗ ରାତି ଉଜାଗର ରହି ହାତୀ ଘଉଡାଇବା ପାଇଁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଥିଲେ ସୁଦ୍ଧା, ଏହାର କୌଣସି ସୁଫଳ ମିଳୁନାହିଁ । ଫଳରେ ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

ବଣ ପାହାଡ଼ ପରିବେଷ୍ଠିତ ଦେବଗଡ଼ ଜିଲ୍ଲାରେ ବୃଦ୍ଧି ପାଉଥିବା ହାତୀ ଉପଦ୍ରବ ବର୍ତ୍ତମାନ ଜିଲ୍ଲାବାସୀଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଛି । ଆଉ ଏହାକୁ ରୋକିବା ବନବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।


ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details