ଓଡିଶା

odisha

By ETV Bharat Odisha Team

Published : Sep 5, 2023, 9:26 AM IST

ETV Bharat / state

ଦେବଗଡରେ ହାତୀ ଉପଦ୍ରବ, ଉଜାଗର ଗ୍ରାମବାସୀ

ଦେବଗଡ଼ ରେଞ୍ଜ ଅଧିନ କାମମୁଣ୍ଡା ଗ୍ରାମରେ ହାତୀପଲଙ୍କ ଆତଙ୍କ । ଗତ ୧୫ ଦିନରେ ୧୨ଟିକିଆ ହାତୀପଲ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ଉଜାଗର ରହୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

elephant terror
elephant terror

elephant terror

ଦେବଗଡ଼:ଥମୁନି ହାତୀ ଉପଦ୍ରବ । ଦେବଗଡ଼ ରେଞ୍ଜ ଅଧିନ କାମମୁଣ୍ଡା ଗ୍ରାମରେ ହାତୀପଲଙ୍କ ଆତଙ୍କ । ବାରମ୍ବାର ଜଙ୍ଗଲୀ ହାତୀ ଆସିବା କାରଣରୁ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । ଗତ ୧୫ ଦିନରେ ୧୨ଟିକିଆ ହାତୀପଲ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ମୁତାବକ, ଜିଲ୍ଲାର କାମମୁଣ୍ଡା ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବିଗତ କିଛିଦିନ ମଧ୍ୟରେ ଗାଁର ପ୍ରାୟ 30 ଏକରରୁ ଉର୍ଦ୍ଧ୍ୱ ଧାନଫସଲ ନଷ୍ଟ କରିଥିବା ବେଳେ, ହାତୀପଲଙ୍କୁ ଘଉଡ଼ାଇବାରେ ଗ୍ରାମବାସୀ ନାକେଦମ ହୋଇଗଲେଣି । ନିଜ ନିଜ ଧାନ ଫସଲ ବଞ୍ଚାଇବାକୁ ଯାଇ ପ୍ରତିଦିନ ସନ୍ଧ୍ୟାରେ ଗ୍ରାମବାସୀ ଏକତ୍ରିତ ହୋଇ ବାଣ ଫୋଟକା ଓ ମଶାଲ ଧରି ସାରା ରାତି ଉଜାଗର ରହି ହାତୀ ଘଉଡାଇବାରେ ଲାଗିଛନ୍ତି । ଏଥିରେ ଦେବଗଡ଼ ବନବିଭାଗ କର୍ମଚାରୀମାନେ ମଧ୍ୟ ସହଯୋଗ କରି ଗ୍ରାମବାସୀଙ୍କ ସହ ହାତୀ ଘଉଡ଼ାଇବାରେ ଲାଗିଛନ୍ତି । ଏପରିକି ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ହାତୀପଲଙ୍କ ଗତିବିଧି ଠାବ କରାଯାଇ ଲୋକଙ୍କୁ ସତର୍କ କରାଯାଉଛି ।

ଗାଁରେ ବସବାସ କରୁଥିବା ଗରିବ ଶ୍ରେଣୀ ଚାଷୀମାନେ ଚାଷକାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ , ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଥିବାରୁ ଲୋକେ ଚାଷ କାର୍ଯ୍ୟ ଉପରୁ ଭରସା ତୁଟାଇ ସାରିଲେଣି । ତେବେ ଏହି ଗାଁର ଚତୁଃପାର୍ଶ୍ବ ପାହାଡ଼ ଓ ବନ ଜଙ୍ଗଲ ଘେରି ରହିଥିବାରୁ ହାତୀପଲ ଜନବସତିକୁ ଆସି ଲୋକଙ୍କ ଧନଜୀବନ ନଷ୍ଟ କରିବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏନେଇ ଗ୍ରାମବାସୀ ରାତିରେ ଶୋଇବାକୁ ଆଉ ନିରାପଦ ମଣୁ ନାହାନ୍ତି । ଫଳରେ ଲୋକଙ୍କୁ ସୁରକ୍ଷା ଦେବା ବନବିଭାଗ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ-କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ, ନଷ୍ଟ କରୁଛନ୍ତି ଏକର ଏକର ଫସଲ

ସେହିପରି ଏହା କେବଳ ଗୋଟିଏ ଗାଁର ସମସ୍ୟା ନୁହେଁ । ବିଗତ କିଛିବର୍ଷ ହେଲା ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ହାତୀ ଉପଦ୍ରବ ଲୋକଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଛି । ପଡ଼ୋଶୀ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼ ଓ ଅନୁଗୋଳରେ ବ୍ୟାପକ ଶିଳ୍ପାୟନ ଓ ଖଣି ଖାଦାନ ଯୋଗୁଁ ଜଙ୍ଗଲ ନଷ୍ଟ ହେବା କାରଣରୁ ସବୁଜବଳୟରେ ପରିପୂର୍ଣ୍ଣ ଥିବା ଶିଳ୍ପ ବିହୀନ ଦେବଗଡ଼ ଜିଲ୍ଲା ବର୍ତ୍ତମାନ ବଣୁଆ ହାତୀଙ୍କ ଅଭୟାରଣ୍ୟରେ ପରିଣତ ହୋଇଛି । ଫଳରେ ଶହଶହ ସଂଖ୍ୟାରେ ହାତୀପଲ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଆସି ଉପଦ୍ରବ କରୁଛନ୍ତି । ହାତୀପଲଙ୍କୁ ନିୟନ୍ତ୍ରଣ କରିବା ଦିଗରେ ବନବିଭାଗ ପକ୍ଷରୁ ଠୋସ ପଦକ୍ଷେପ ନନିଆଗଲେ ଆଗାମୀ ଦିନରେ ଜିଲ୍ଲାରେ ଚାଷକାର୍ଯ୍ୟ ପ୍ରଭାବିତ ହେବା ସହିତ ଲୋକଙ୍କ ଜୀବନ ବିପନ୍ନ ହେବାର ଯଥେଷ୍ଟ ଆଶଙ୍କା ରହିଛି ।

ଇଟିଭି ଭାରତ, ଦେବଗଡ

ABOUT THE AUTHOR

...view details