ଦେବଗଡ:ବଡତଇଲା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ ମୃତ୍ୟୁ । ଦେବଗଡ ବନଖଣ୍ଡ ପକ୍ଷରୁ ଏହି ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇ ପୋତି ଦିଆଯାଇଛି ।
ବନବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ବଣାଇ ବନଖଣ୍ଡ ଅଞ୍ଚଳରୁ ଗତକାଲି ଏକ 10/12 ବର୍ଷର ଦନ୍ତାହାତୀ ବାରକୋଟ ରେଞ୍ଜ ଅଧିନ ମରଡଙ୍ଗ ଗାଁ ନିକଟ ବଡ଼ତଇଲା ସଂରକ୍ଷିତ ଜଙ୍ଗଲକୁ ଚାଲି ଆସିଥିବା ବନବିଭାଗ କର୍ମଚାରୀ ମାନେ ଦେଖିଥିଲେ । ହାତୀଟିର ପାଟିରୁ ଲାଳ ବାହାରିବା ସହ ହାତୀଟି ଦୁର୍ବଳ ଥିଲା । ଏ ସମ୍ପର୍କରେ ସୂଚନା ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ସଢଙ୍ଗୀ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟହ୍ନରେ ହାତୀ ମୃତ୍ୟୁବରଣ କରିଥିଲା ।