ଦେବଗଡ: ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ ରିଆମାଳ ବ୍ଲକ ପଳସମା ପଞ୍ଚାୟତର ଛତ୍ରିପିଟା ଗାଁରେ । ଗାଁରେ ବସବାସ କରୁଥିବା 100ରୁ ଊର୍ଦ୍ଧ୍ବ ପରିବାର ପାଇଁ ରହିଛି ମାତ୍ର 3ଟି ନଳକୂପ । ସେଥିମଧ୍ୟରୁ ଗୋଟିଏ ନଳକୂପ ସ୍କୁଲ ପରିସରରେ ଥିବାରୁ ଆଉ ଦୁଇଟି ନଳକୂପ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ଗାଁର ଏହି 100 ପରିବାର ।
ତେବେ ପରିତାପର ବିଷୟ, ଏହି ଦୁଇଟି ନଳକୂପରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନୁହେଁ । ନଳକୂପ 2ଟିରୁ କାଦୁଅ ମିଶ୍ରିତ ଜଳ ବାହାରୁ ଥିବାରୁ ଅଧିକାଂଶ ସମୟରେ ଜଳରେ ପୋକଜୋକ ବାହାରୁ ଥିବାରୁ ଗ୍ରାମର ମହିଳମାନେ କହିଛନ୍ତି । ହେଲେ ପାନୀୟ ଜଳ ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଗ୍ରାମବାସୀ ଏହି ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ।