ଓଡିଶା

odisha

ETV Bharat / state

ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଆମରଣ ଅନଶନ

ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ପ୍ରଦାନ ଦାବିରେ ଦେବଗଡ଼ ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଆମରଣ ଅନଶନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Sep 14, 2020, 10:52 PM IST

ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଆମରଣ ଅନଶନ
ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଆମରଣ ଅନଶନ

ଦେବଗଡ଼: ଚାଷୀଙ୍କୁ ଗତ 2019-20 ଆର୍ଥିକ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ପ୍ରଦାନ କରାଯିବା ଦାବିରେ ସୋମବାର ଦେବଗଡ଼ ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଛି । ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ସଭାପତି ସେମ ହେମ୍ବ୍ରମଙ୍କ ନେତୃତ୍ୱରେ ଆଜି ଗୁଣନିଧି ବେହେରା, ସଚ୍ଚିଦାନନ୍ଦ ପଟ୍ଟନାୟକ, ମହେଶ୍ୱର ଦେହୁରୀ, ବିରଞ୍ଚି ନାରାୟଣ ଭୋଇ, ଜିତେନ ବିଶ୍ୱାଳ, କରୁଣାକର ପେଣ୍ଠେଇ ଓ କୁମାର ମୁଣ୍ଡା ପ୍ରମୁଖ ଆମରଣ ଅନଶନରେ ବସିଛନ୍ତି ।

ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଆମରଣ ଅନଶନ

ସୂଚନା ଅନୁଯାୟୀ ଗତ 2019-20 ମସିହା ଆର୍ଥିକ ବର୍ଷ ଜିଲ୍ଲାର ସେବା ସମବାୟ ସମିତି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଚାଷୀଙ୍କୁ ଏଯାଏଁ ବିମାରାଶି ପ୍ରଦାନ କରାଯାଇନାହିଁ । ଅନ୍ୟାନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ମାଧ୍ୟମରେ ବୀମା କରିଥିବା ଚାଷୀମାନେ ବିମାରାଶି ପାଇ ସାରିଥିବା ବେଳେ, ସେବା ସମବାୟ ସମିତି ମାଧ୍ୟମରେ ଫସଲ ବୀମା କରିଥିବା ଚାଷୀଙ୍କୁ ଏପର୍ଯ୍ୟନ୍ତ ବିମାରାଶି ପ୍ରଦାନ କରାଯାଇନାହିଁ ।

ଏନେଇ ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଗତ 7/ 8 / 2020 ଦିନ ଦେବଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ଚଳିତ ସେପ୍ଟେମ୍ବର 13 ତାରିଖ ସୁଦ୍ଧା ଏ ସଂକ୍ରାନ୍ତରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଗଲେ ଆଜି 14 ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଂଘର୍ଷ ସଙ୍ଘ ଆମରଣ ଅନଶନ କରିବ ବୋଲି ଚେତାବନୀ ଦିଆଯାଇଥିଲା । ତେବେ, ପ୍ରଶାସନ ଏଦିଗରେ ପକ୍ଷରୁ କୌଣସି ପଦକ୍ଷେପ ନିଆଁଯିବାରୁ ଆଜି ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଆମରଣ ଅନଶନ ଆରମ୍ଭ କରାଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି କୃଷକ ସଙ୍ଘ ସଭାପତି ହେମ୍ବ୍ରମ ପ୍ରକାଶ କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details