ଓଡିଶା

odisha

ETV Bharat / state

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ , ବିପୁଳ ମଦରନ୍ଧା ସାମଗ୍ରୀ ଜବତ - ବିପୁଳ ମଦରନ୍ଧା ସାମଗ୍ରୀ ଜବତ

ରିଆମାଳ ଥାନା ଅଧିନ ତେଲିମୁଣ୍ଡା ଗାଁ ରେ ଚଢ଼ାଉ । ମଦରନ୍ଧା ପାଇଁ 6 ଟି ଡ୍ରମରେ ରଖାଯାଇଥିବା 120 କିଲୋ ମହୁଲ ପଚ ଓ ମଦରନ୍ଧା ସାମଗ୍ରୀ ଜବତ । ଅଧିକ ପଢନ୍ତୁ...

desi liquor seized
ବିପୁଳ ମଦରନ୍ଧା ସାମଗ୍ରୀ ଜବତ

By

Published : Apr 11, 2020, 1:03 AM IST

ଦେବଗଡ: କୋରନା ସଂକ୍ରମଣର ମୁକାବିଲା ପାଇଁ ସରକାର ସାରାଦେଶରେ ଲକଡାଉନ ଘୋଷଣା କରିଥିବା ବେଳେ, ଏହି ସମୟରେ ସରକାରଙ୍କ ସ୍ଵୀକୃତିପ୍ରାପ୍ତ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ଗୁଡିକ ବନ୍ଦ ରହିଛି । ତେବେ ଏହାର ସୁଯୋଗ ନେଇ କେତେକ ଚୋରା ମଦ ମାଫିଆ ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିପୁଳ ମାତ୍ରାରେ ଚୋରାମଦ କାରବାର ଚଳାଇ ଆସୁଥିବା ଅଭିଯୋଗ ହେଉଛି ।

ଏହି କାରବାରକୁ ରୋକିବା ପାଇଁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ନିର୍ଦ୍ଦେଶ ଦେଇଥିଲେ । ଅବକାରୀ ଅଧିକ୍ଷକ ରମେଶ ଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଓ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଶୁକ୍ରବାର ଜିଲ୍ଲାର ରିଆମାଳ ଥାନା ଅଧିନ ତେଲିମୁଣ୍ଡା ଗାଁରେ ଚଢ଼ାଉ କରାଯାଇ ଗାଁ ନିକଟସ୍ଥ ଏକ ବନ୍ଧହୁଡାରୁ ମଦରନ୍ଧା ପାଇଁ 6ଟି ଡ୍ରମରେ ରଖାଯାଇଥିବା 120 କିଲୋ ମହୁଲ ପଚ ଓ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି ।

ସେହିପରି ରାଧାକାନ୍ତ ଭୋଇଙ୍କ ନେତୃତ୍ୱରେ ବାରକୋଟ ଥାନା ଅଧିନ ନୂଆଗାଁ ଓ ଘଣ୍ଟପଶି ଆଦି ଗାଁରେ ଚଢ଼ାଉ କରାଯାଇ 700 କିଲୋ ମହୁଲ ପଚ, 20 ଲିଟର ଦେଶୀ ମଦ ସମେତ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏ ସଂକ୍ରାନ୍ତରେ 2 ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି । ଆଗାମୀ ଦିନରେ ଏହି ଚଢ଼ାଉ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି,ଇଟିଭି ଭାରତ

ABOUT THE AUTHOR

...view details