ଓଡିଶା

odisha

ETV Bharat / state

ଦେବଗଡ଼ର ରଙ୍ଗିଆଗୁଡା ବସ୍ତି: ନାଁ ଅଛି ରାସ୍ତା, ନାଁ ଅଛି ପାନୀୟଜଳ ବ୍ୟବସ୍ଥା - ଦେବଗଡ଼ ଜିଲ୍ଲାର ପୌରାଞ୍ଚଳରେ ୱାର୍ଡବାସୀଙ୍କ ସମସ୍ୟା

ବିକାଶ ଠାରୁ ବହୁ ଦୂରରେ ରହିଛି ଦେବଗଡ଼ ଜିଲ୍ଲାର ପୌରାଞ୍ଚଳ। ୱାର୍ଡବାସୀଙ୍କ ବିକାଶ ପାଇଁ ମାଳ ମାଳ ଯୋଜନା । ମାତ୍ର 6 ନମ୍ବର ୱାର୍ଡ ଅନ୍ତର୍ଗତ ରଙ୍ଗିଆଗୁଡା ବସ୍ତିକୁ ବାଟ ହୁଡିଛି ବିକାଶ । ଅଧିକ ପଢ଼ନ୍ତୁ

ବିକାଶଠାରୁ ବହୁ ଦୂରରେ ଦେବଗଡ଼ର ରଙ୍ଗିଆଗୁଡା ବସ୍ତି
ବିକାଶ ଠାରୁ ବହୁ ଦୂରରେ ଦେବଗଡ଼ର ରଙ୍ଗିଆଗୁଡା ବସ୍ତି

By

Published : Mar 16, 2022, 4:51 PM IST

ଦେବଗଡ଼:ଦେବଗଡ଼ ଜିଲ୍ଲାର ପୌରାଞ୍ଚଳ ରାଜ୍ୟ ସରକାରଙ୍କ ବିକାଶର କିରଣ । ୱାର୍ଡବାସୀଙ୍କ ବିକାଶ ପାଇଁ ମାଳ ମାଳ ଯୋଜନା ପ୍ରଣୟନ ହେଉଛି । ମାତ୍ର 6 ନମ୍ବର ୱାର୍ଡ ଅନ୍ତର୍ଗତ ରଙ୍ଗିଆଗୁଡା ବସ୍ତିକୁ ବାଟ ହୁଡିଛି ବିକାଶ । ରାସ୍ତାଘାଟ, ଡ୍ରେନେଜ ବ୍ୟବସ୍ଥାଠାରୁ ଆରମ୍ଭ କରି ପାନୀୟ ଜଳ ଓ ସରକାରୀ ଆବାସ ଯୋଜନା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ପ୍ରଶାସନିକ ଅବହେଳାର ଶିକାର ହୋଇ ଆସିଛନ୍ତି ଏହି ବସ୍ତି ବାସିନ୍ଦା ।

ବିକାଶଠାରୁ ବହୁ ଦୂରରେ ଦେବଗଡ଼ର ରଙ୍ଗିଆଗୁଡା ବସ୍ତି

ଦେବଗଡ଼ ପୌରାଞ୍ଚଳ 6 ନମ୍ବର ୱାର୍ଡ ଅନ୍ତର୍ଗତ ରଙ୍ଗିଆଗୁଡ଼ା ସାହିରେ ବସବାସ କରି ଆସୁଛନ୍ତି 100ରୁ ଅଧିକ ଗରିବ ଶ୍ରେଣୀ ପରିବାର । ଏହି ବସ୍ତିଟି ଦେବଗଡ଼ ପୌରାଞ୍ଚଳ ଅଧିନରେ ରହିଥିଲେ ସୁଦ୍ଧା ଏଯାଏଁ ବିକାଶ ଧାରାରେ ସାମିଲ ହୋଇ ପାରିନାହିଁ । ଦୀର୍ଘବର୍ଷ ହେଲା ବସ୍ତି ବାସିନ୍ଦା ଅନେକ ସମସ୍ୟାରେ ଦିନ କାଟୁଛନ୍ତି । ଏହି ବସ୍ତିକୁ ଏଯାଏ ନିତି ଦିନିଆ ରାସ୍ତା ଖଣ୍ଡିଏ ତିଆରି ହୋଇପାରିନାହିଁ । ଡ୍ରେନ ନଥିବାରୁ ଅଳ୍ପ ବର୍ଷା ହେଲେ ବି ଲୋକଙ୍କ ଘରେ ପାଣି ପଶୁଛି । ଅଧିକାଂଶ ଘରକୁ ପାନୀୟ ଜଳ ପାଇପ ସଂଯୋଗ ଯୋଗାଇ ଦିଆ ଯାଇଛି । ହେଲେ ସେଥିରେ ପାଣି ଆସୁନଥିବାରୁ ଲୋକେ ବର୍ଷ ତମାମ ଉତ୍କଟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି ।

ସରକାରଙ୍କ ସ୍ଵଚ୍ଛ ମିଶନ ମାଧ୍ୟମରେ ପ୍ରତି ଘରେ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ହୋଇଛି । ହେଲେ ପୌର ଠିକାଦାର ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ସେସବୁ ବ୍ୟବହାର ନହୋଇ ମାଟିରେ ମିଶି ଗଲାଣି । ଏହି ବସ୍ତିରେ ଅଧିକାଂଶ ଗରିବ ଖଟିଖିଆ ପରିବାର ବସବାସ କରୁଛନ୍ତି । ବହୁ ବାସହୀନ ପରିବାରଙ୍କୁ ଏଯାଏଁ ସରକାରୀ ଆବାସ ଖଣ୍ଡିଏ ଲେଖାଏଁ ମିଳି ପାରିନାହିଁ । ପଲିଥିନ ତଳେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି ଅନେକ ବାସହୀନ ପରିବାର । ମୋଟାମୋଟି ଭାବରେ କହିବାକୁ ଗଲେ ଏକ ପୌରଞ୍ଚଳରେ ରହିଥିଲେ ସୁଦ୍ଧା ଏହି ବସ୍ତି ବାସିନ୍ଦାଙ୍କୁ ଏଯାଏଁ ମୌଳିକ ସୁବିଧା ମିଳି ପାରନାହିଁ ।

ପ୍ରତି ପାଞ୍ଚ ବର୍ଷରେ ଅନୁଷ୍ଠିତ ହେଉଛି ପୌର ନିର୍ବାଚନ । ଭୋଟ ଖଣ୍ଡିଏ ପାଇବାକୁ ବସ୍ତିକୁ ଛୁଟି ଆସୁଛନ୍ତି ମାଳମାଳ ନେତା ଓ ମନ୍ତ୍ରୀ । ଅଜାଡି ଦେଉଛନ୍ତି ବିକାଶର ଗଦା ଗଦା ପ୍ରତିଶୃତି । ହେଲେ ଅସମାହିତ ହୋଇ ରହିଯାଉଛି ବସ୍ତି ବାସିନ୍ଦାଙ୍କ ସମସ୍ୟା । ଦେବଗଡ଼ ଜିଲ୍ଲାର ପୌରାଞ୍ଚଳ ଅଧିନରେ ଆସୁଥିବା ୱାର୍ଡ ନମ୍ବର ୬ର ଅବସ୍ଥା ଦେଖିଲେ ସରକାରଙ୍କ ଯୋଜନା କେଉଁଭଳି ଭାବରେ କାର୍ଯ୍ୟକାରୀ ହେଉଛି ତାହା ବେଶ ବାରି ହୋଇପଡ଼ୁଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details