ଦେବଗଡ: ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ । ସରକାରୀ ବାସଭବନ ସମେତ ବ୍ରଜରାଜନଗର କଟାପାଲି ସ୍ଥିତ ପୈତୃକ ଓ ବନ୍ଧବାହାଲ ସ୍ଥିତ ଶ୍ବଶୁର ଘରେ ଏକକାଳୀନ ଭାବେ ଚଢାଉ ଜାରି ରହିଛି ।
ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ବିଭାଗ ଯାଞ୍ଚ କରୁଛି । କୁଞ୍ଜବନ ପ୍ରଧାନ ଦେବଗଡ ପୌର ପରିଷଦରେ ଆଜକୁ ଦୀର୍ଘ ସାତବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି । ସେ ଏକାଧିକ ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଥିବା ବାରମ୍ବାର ଜନସାଧାରଣରେ ଅଭିଯୋଗ ହୋଇଆସୁଥିଲା ।