ଓଡିଶା

odisha

ETV Bharat / state

ପୌର ନିର୍ବାହୀ ଅଧିକାରୀଙ୍କୁ ମାଡ ଘଟଣା, ପୌରାଧାକ୍ଷାଙ୍କ ପୁଅକୁ ଗିରଫ ଦାବି - ପୌର ନିର୍ବାହୀ ଅଧିକାରୀଙ୍କୁ ମାଡ ଘଟଣା

ପୌର ନିର୍ବାହୀ ଅଧିକାରୀଙ୍କୁ ମାଡ ମାରିଲେ ପୌରାଧାକ୍ଷାଙ୍କ ପୁଅ । ଗିରଫ ଦାବି କଲେ ପୌର ଉପାଧ୍ୟକ୍ଷ । ଅଧିକ ପଢନ୍ତୁ

deogarh municipal
deogarh municipal

By

Published : Jul 4, 2023, 11:36 AM IST

ପୌର ନିର୍ବାହୀ ଅଧିକାରୀଙ୍କୁ ମାଡ ଘଟଣା

ଦେବଗଡ଼:ପୌର ପରିଷଦ କାର୍ଯ୍ୟାଳୟରେ ପୌରଧ୍ୟକ୍ଷା ପୁଅଙ୍କ ଦାଦାଗିରି । ମିଥ୍ୟା ବିଲ ନକରିବାରୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିସ୍ତୁକ ପିଟିଲେ ପୌର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କ ପୁଅ । ଦେବଗଡ଼ ଆଦର୍ଶ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୌର ଅଧ୍ୟକ୍ଷାଙ୍କ ପୁଅ ରାଜକିଶୋରଙ୍କୁ ଗିରଫ ଦାବି କରିଛନ୍ତି ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ।

ଗତ ମାସ 21 ତାରିଖ ଦିନ ପୌର ନିର୍ବାହୀ ଅଧିକାରୀଙ୍କୁ ମିଥ୍ୟା ବିଲ୍‌ କରାଇବା ପାଇଁ ବାଧ୍ୟ କରିଥିଲେ ପୌର ଅଧ୍ୟକ୍ଷାଙ୍କ ପୁଅ । କିନ୍ତୁ ଅସଫଳ ହେବାରୁ ପୌର ନିର୍ବାହୀ ଅଧିକାରୀ ତପନ ମହାପାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ । ଏଥିରେ ଭୟଭୀତ ହୋଇ ନିର୍ବାହୀ ଅଧିକାରୀ ଛୁଟିରେ ପଳାଇ ଯାଇଥିଲେ । ଫଳରେ ପୌରାଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ଖୋଦ ପୌର ଉପାଧକ୍ଷ ପ୍ରଜିତ କୁମାର ଭୋଜ । ଏହି ମାମଲା ଏବେ ପୋଲିସର ତଦନ୍ତ ଅଧିନ ଥିବା ବେଳେ ରାଜକିଶୋରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଯଦି ଗିରଫ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ପୌର ଉପାଧ୍ୟକ୍ଷ ।

ତେବେ ଆକ୍ରମଣର ଶିକାର ହେବା ପରେ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ପୌର ନିର୍ବାହୀ ଅଧିକାରୀ ତପନ ମହାପାତ୍ର । ସୁସ୍ଥ ହେବାପରେ ଗତ ଜୁଲାଇ 1 ତାରିଖ ଶନିବାର ଦିନ ସେ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୌର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ପୁଅ ରାଜକିଶୋର ଦାସ ତାଙ୍କ ସହଯୋଗୀଙ୍କ ସହ ପୌର କାର୍ଯ୍ୟାଳୟକୁ ଆସି ତାଙ୍କୁ ହତ୍ୟା ଧମକ ଦେଇଥିଲେ ଓ ନିସ୍ତୁକ ମାଡ ମାରିଥିଲେ । ଏହାପରେ ଜୋରଜବରଦସ୍ତ କେତେକ ଠିକା କାର୍ଯ୍ୟରେ ମିଥ୍ୟା ବିଲ କରିବାକୁ କହି ତାଙ୍କର ଦସ୍ତଖତ କରାଇ ନେଇଥିବା ସେ ଅଭିଯୋଗ କରିଥିଲେ ।

ତାଙ୍କ ଇଙ୍ଗିତରେ ଉକ୍ତ ଘଟଣାର ସିସିଟିଭି ଫୁଟେଜ ମଧ୍ୟ ନଷ୍ଟ କରି ଦିଆଯାଇଥିବା ସେ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଆଦର୍ଶ ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଏହି ଘଟଣାକୁ ସର୍ବସାଧାରଣରେ ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଅନେକ ସଙ୍ଗିନ ଅପରାଧିକ ମାମଲା ଥିବାରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ଦୃଢ଼ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ଇଟିଭି ଭାରତ, ଦେବଗଡ

ABOUT THE AUTHOR

...view details