ଭୁବନେଶ୍ବର: ଦେବଗଡ଼ରେ ସ୍ବୟଂ ସହାୟକ ଗୋଷ୍ଠି ଦ୍ବାରା ନିର୍ମିତ ଟାଉନ ହଲ ଗୃହ ଭାଙ୍ଗିବା ଘଟଣା । ଏନେଇ ବରଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିଥିଲା ବିଜେଡି । ଆଜି ପୁଣି ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ଜବାବ ଦେଇଛି ବିଜେପି । ବରଗଡ଼ରେ ବିଜେଡି ଦାଦାଗିରି କରୁଥିବା ଅଭିଯୋଗ କରିଛନ୍ତି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ।
ଟାଉନ ହଲ ନିର୍ମାଣର ପାଚେରୀ ଭଙ୍ଗା ଘଟଣାକୁ ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସେ କହିଛନ୍ତି, "ଦେବଗଡ଼ ଜିଲ୍ଲାରେ ବିଜେଡି ନେତାଙ୍କ ଦାଦାଗିରି ଚାଲିଛି । ଦେବଗଡ଼ ପୌର ପରିଷଦରେ ବିନା ସଂକଳ୍ପରେ ସବୁ କିଛି ଚାଲିଛି । ପବ୍ଲିକ, କାଉନ୍ସିଲରମାନେ ଦାବି କରିବାରୁ ଟାଉନ ହଲର ଗୋଟିଏ ଗେଟ ଖୋଲାଗଲା । ଗୋଟିଏ ଗେଟ ବନ୍ଦ କରିବାକୁ ବିରୋଧ କରାଯାଇଥିଲା । ଏହି ଗେଟ ପବ୍ଲିକ ଭାଙ୍ଗିଛନ୍ତି, ମୁଁ ଭାଙ୍ଗି ନାହିଁ । ଜିଲ୍ଲାପାଳ ବିଜେଡିର ଜିଲ୍ଲାସଭାପତି ହୋଇ ଗୋଡ଼ଣିଆ ଭାବେ କାମ କରୁଛନ୍ତି । SHG ମହିଳାମାନେ କାମ କରୁଥିବା କଥା ମିଥ୍ୟା ।" ବିଜେଡି ଦାଦାଗିରି କରି ମିଛରେ ଦାଦାଗିରି କଥା କହୁଥିବା ସୁବାସ ପାଣିଗ୍ରାହୀ ।