ଓଡିଶା

odisha

By

Published : May 4, 2022, 8:38 PM IST

ETV Bharat / state

ବିଗିଡିଲା ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟବସ୍ଥା, ବୁର୍ଲା ସ୍ଥାନାନ୍ତର

ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ଆଜି(ବୁଧବାର) ତାଙ୍କୁ ଦେବଗଡ ମେଡିକାଲରୁ ବୁର୍ଲା ଭୀମ୍‌ସାରକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ

ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଗୁରୁତର, ବୁର୍ଲା ସ୍ତାନାନ୍ତର
ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଗୁରୁତର, ବୁର୍ଲା ସ୍ତାନାନ୍ତର

ଦେବଗଡ: ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ଆଜି(ବୁଧବାର) ତାଙ୍କୁ ଦେବଗଡ ମେଡିକାଲରୁ ବୁର୍ଲା ଭୀମ୍‌ସାରକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଘଟଣାରେ ଭୁବନେଶ୍ବରରେ ଗିରଫ କରିଥିଲା ପୋଲିସ ।

ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଗୁରୁତର, ବୁର୍ଲା ସ୍ତାନାନ୍ତର

ଗିରଫ ପରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ୧ ତାରିଖରେ ଦେବଗଡ କୋର୍ଟରେ ହାଜର ପାଇଁ ନିଆଯାଉଥିବାବେଳେ ସେ ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ବିଧାୟକଙ୍କୁ ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବିଧାୟକ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦେବଗଡ କୋର୍ଟରେ ହାଜର କରାଯାଇଥିଲା ।


ପୁଣି ଥରେ ବିଚାର ବିଭାଗୀୟ ହାଜତରେ ବିଧାୟକ ପାଣିଗ୍ରାହୀ ଅସୁସ୍ଥ ହେବାରୁ ତାଙ୍କୁ ୧ ତାରିଖ ଦିନ ରାତିରେ ଜେଲ କର୍ତ୍ତୃପକ୍ଷ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେ ମଧୁମେୟ ରୋଗୀ ହୋଇଥିବାରୁ ତାଙ୍କର ଶର୍କରା ସ୍ତର ମାତ୍ରାଧିକ ବୃଦ୍ଧି ପାଇବା ସହ ଉଚ୍ଚ ରକ୍ତଚାପ ମଧ୍ୟ ବୃଦ୍ଧି ହୋଇଥିଲା ।

ମାତ୍ର ଆଜି ବିଧାୟକଙ୍କ ଅବସ୍ଥା ଗୁରୁତର ହେବାରୁ କଡା ସୁରକ୍ଷା ମଧ୍ୟରେ ବୁର୍ଲା ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ବିଧାୟକଙ୍କୁ ବୁର୍ଲା ମେଡିକାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି । ଏଥିସହ ତାଙ୍କ ଜରୁରୀକାଳୀନ ୱାର୍ଡର ୧ ନମ୍ବର ବେଡରେ ତାଙ୍କର ଚିକିତ୍ସା ଚାଲିଛି ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।

ଦେବଗଡରୁ ସରୋଜ କୁମାର ଶତପଥୀ ଓ ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details