ଓଡିଶା

odisha

ETV Bharat / state

ଦୁର୍ଘଟଣାଗ୍ରସ୍ତ ବାପାପୁଅଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ବିଧାୟକ ସୁବାସ ପାଣିଗ୍ରାହୀ - ମାନବିକତା ଦେଖାଇଲେ ବିଧାୟକ ସୁବାସ ପାଣିଗ୍ରାହୀ

ମାନବିକତା ଦେଖାଇଲେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଦୁର୍ଘଟଣାଗ୍ରସ୍ତ ବାପା ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ । ଅଧିକ ପଢନ୍ତୁ

ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ବିଧାୟକ ସୁବାସ ପାଣିଗ୍ରାହୀ
ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ବିଧାୟକ ସୁବାସ ପାଣିଗ୍ରାହୀ

By

Published : Oct 11, 2022, 11:04 AM IST

ଦେବଗଡ: ଚର୍ଚ୍ଚାରେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ । ଅଜଣା କାର ଧକ୍କାରେ ଆହତ ବାପା ଓ ପୁଅଙ୍କୁ ଆହତ ମାନବିକତା ଦେଖାଇ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ଦେବଗଡ଼ ବିଧାୟକ । ରିଆମାଳ ବ୍ଲକ ଅନ୍ତର୍ଗତ ତଲେଇସର ଗ୍ରାମ ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ସେହି ବାଟ ଦେଇ ବିଧାୟକ ଯାଉଥିବା ସମୟରେ ଆହତଙ୍କୁ ସହାୟତା କରିଥିଲେ ।

ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ବିଧାୟକ ସୁବାସ ପାଣିଗ୍ରାହୀ

ସୂଚନା ଅନୁସାରେ, ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ରିଆମାଳ ବ୍ଲକ ଅନ୍ତର୍ଗତ କରଲଗା ଗ୍ରାମକୁ ଏକ ସଭାରେ ଯୋଗ ଦେବା ପାଇଁ ଯାଉଥିଲେ । ସେହି ସମୟରେ ଅଜଣା କାର୍‌ ଧକ୍କାରେ ଆହତ ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ ବାପା ପୁଅ । ଏହାଦେଖି ତୁରନ୍ତ ବିଧାୟକ ସୁବାସ ପାଣିଗ୍ରାହୀ ମାନବିକତା ଦେଖାଇ ଆହାତ ଦ୍ବୟଙ୍କୁ ଉଦ୍ଧାର କରି ନିଜ ଗାଡିରେ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଆହାତ ମାନେ ହେଲେ ଦେବଗଡ ସହରରେ ରହୁଥିବା ପ୍ରଫୁଲ୍ଲ ପ୍ରଧାନ (୪୦) ଓ ତାଙ୍କ ପୁଅ କ୍ଷୀତିଶ ପ୍ରଧାନ(୧୬) । ପ୍ରଫୁଲ ଓ ତାଙ୍କ ପୁଅ କ୍ଷୀତିଶ ବାଇକ ଯୋଗେ ଅନୁଗୋଳରୁ ଦେବଗଡ ଅଭିମୁଖେ ଆସୁଥିବାବେଳେ, ତଲେଇସର ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା କାର୍‌ ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପ୍ରଫୁଲ୍ଲଙ୍କ ହାତରେ ଗଭୀର ଆଘାତ ଲାଗିଥିବାବେଳେ କ୍ଷୀତିଶଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉଭୟ ବାପା ଓ ପୁଅ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଏହା ବି ପଢନ୍ତୁ...ଖଣ୍ଡୁଆଳ ମହୋତ୍ସବ ଅନୁଷ୍ଠିତ, ହଜାରେ ବର୍ଷର ଆଦିବାସୀ ସଂସ୍କୃତିର ଝଲକ ଦେଖିଲେ ଦର୍ଶକ

କିଛି ଦିନ ତଳେ ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିଲେ ସେ ବିଷୟକୁ ନେଇ ନହେଁ ବରଂ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ । ବାସ୍ତବରେ ତାଙ୍କ ଏହି କାର୍ଯ୍ୟ ପ୍ରଶଂସନୀୟ । ବିଭିନ୍ନ ଦିଗରୁ ବିଧାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଉଛି । ନିକଟରେ ଅନେକ ବିଧାୟକ ସାଧାରଣ ଲୋକଙ୍କ ସହାୟତା କରୁଥିବା ନଜିର ରହିଛି । ଚଳିତ ବର୍ଷ ଜାନୁଆରୀରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବିଧାୟକ ରାଜକିଶୋର ଦାସ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି କିଛି ଦିନ ତଳେ ନବରଙ୍ଗପୁର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସଡକ ଦୁର୍ଘଟଣାଗ୍ରସ୍ତ ତିନି ବାଇକ ଆରୋହୀଙ୍କୁ ନିଜ ଗାଡିରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ ।

ଇଟିଭି ଭାରତ, ଦେବଗଡ

ABOUT THE AUTHOR

...view details