ଦେବଗଡ:ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଅସୁସ୍ଥ । ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ବିଚାର ବିଭାଗୀୟ ହାଜତରୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ପୋଲିସ । ତିଳେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିଲେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ।
ଆଜି ଅଚାନକ ସେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସକାଳୁ ବିଧାୟକଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେ ଜଣେ ଡାଇବେଟିସ ରୋଗୀ ଥିବାରୁ ତାଙ୍କର ସୁଗାର ଲେବୁଲ ମାତ୍ରାଧିକ ବୃଦ୍ଧି ପାଇଛି ଓ ଏହା ସଙ୍ଗେ ସଙ୍ଗେ ଅତ୍ୟଧିକ ମାନସିକ ଚାପ କାରଣରୁ ତାଙ୍କର ରକ୍ତଚାପ ମଧ୍ୟ ବୃଦ୍ଧି ପାଇଛି ।