ଦେବଗଡ: ଦେଶରେ ଦିନକୁ ଦିନ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଇଛନ୍ତି ବହୁ ଗୁରୁତ୍ତ୍ବପୂର୍ଣ୍ଣ ପଦକ୍ଷେପ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମାହାମାରୀର ମୁକାବିଲା କରିବାକୁ ଅନେକ ଲୋକ ଅର୍ଥ ଦାନ କରୁଛନ୍ତି । ତେବେ ଏବେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ।
ଏନେଇ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଏକ ପତ୍ର ଲେଖି ନିଜ ଦରମାରୁ 1 ଲକ୍ଷ ଟଙ୍କା ଲେଖାଏଁ କୋରୋନା ସହାୟତା ରାଶି ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି ।