ଓଡିଶା

odisha

By

Published : May 22, 2021, 10:52 AM IST

ETV Bharat / state

କୋରୋନା ସ୍ଥିତି ନେଇ ସିଡିଏମଓଙ୍କ ସହ ବିଧାୟକଙ୍କ ଆଲୋଚନା

କୋରୋନା ଦୃତ ସଂକ୍ରମଣକୁ କୃଷ୍ଟିରେ ରଥି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଜରୁରୀକାଳୀନ ଆଲୋଚନା କରିଛନ୍ତି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ । ଅଧିକ ପଢନ୍ତୁ...

କୋରୋନା ସ୍ଥିତି ନେଇ ସିଡିଏମଓଙ୍କ ସହ ବିଧାୟକଙ୍କ ଆଲୋଚନା
କୋରୋନା ସ୍ଥିତି ନେଇ ସିଡିଏମଓଙ୍କ ସହ ବିଧାୟକଙ୍କ ଆଲୋଚନା

ଦେବଗଡ଼: ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଜରୁରୀକାଳୀନ ଆଲୋଚନା କରିଛନ୍ତି ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ।

ସାରା ଦେଶରେ କୋରୋନା ଦ୍ଵିତୀୟ ଲହର ଚାଲିଥିବାବେଳେ ଦେବଗଡ଼ ଜିଲ୍ଲାରେ ସ୍ଥିତି ଦିନକୁଦିନ ଅଣାୟତ୍ତ ହେବାରେ ଲାଗିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4247ରେ ପହଁଚିଛି । ଏହାକୁ ଦୃଷ୍ଟିରେ ରଖି ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଆଜି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଏକ ବୈଠକ ଡାକିଛନ୍ତି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ମନୋଜ କୁମାର ଉପାଧ୍ୟାୟଙ୍କ ସହିତ ଆଲୋଚନା କରିଛନ୍ତି ।

ଦେବଗଡ଼ କୋଭିଡ ହସ୍ପିଟାଲକୁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯିବା, ଆଇସିୟୁକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା, ପ୍ରତିଦିନ ଅଧିକରୁ ଅଧିକ ଲୋକଙ୍କ କୋଭିଡ ଟେଷ୍ଟ ଓ ଟୀକାକରଣ କରାଯିବା ସମ୍ପର୍କରେ ବିଧାୟକ ପାଣିଗ୍ରାହୀ ସିଡିଏମଓ ଉପାଧ୍ୟାୟଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଏଥିସହ ଦେବଗଡ଼ ଜିଲ୍ଲାରୁ ପଡୋଶୀ ଜିଲ୍ଲା କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଥିବା ରୋଗୀମାନେ କିଭଳି ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇପାରିବେ, ସେନେଇ ମଧ୍ୟ ଆଲୋଚନା କରିଛନ୍ତି । ଏହି ବୈଠକରେ ବିଧାୟକ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ବିଜେପିର ବରିଷ୍ଠ କାର୍ଯ୍ୟକାର୍ତ୍ତା ସରୋଜ ପାଢ଼ୀ, ସୁଧୀର ପାତ୍ର, ରମଣୀ ଆଚାର୍ଯ୍ୟ, ପ୍ରତାପ ପଣ୍ଡା ଓ ସାନୁ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details