ଓଡିଶା

odisha

ETV Bharat / state

ମିଲରର ମନମାନୀ, ମଣ୍ଡିରେ ପଡିଛି 500 କ୍ବିଣ୍ଟାଲ ଧାନ - ମିଲର କରୁଛି ମନମୂଖୀ ଶାସନ

ଦେବଗଡରେ ଧାନ କ୍ରୟ ନେଇ ମିଲରର ମନମୁଖୀ କାର୍ଯ୍ୟକଳାପକୁ ଚାଷୀଙ୍କ ବିରୋଧ । ହୋଇ ପାରିଲାନି ଧାନ ବିକ୍ରି । ମଣ୍ଡିରେ ପଡିରହିଛି ଶହ ଶହ କ୍ବିଣ୍ଟାଲ ଧାନ । ଅଧିକ ପଢ଼ନ୍ତୁ...

deogarh farmer, oppose monopoly of miller, paddy procurement,  deogarh, ମଣ୍ଡିରେ ପଡ଼ିଛି 500 କ୍ବିଣ୍ଟାଲ ଧାନ, ମିଲର କରୁଛି ମନମୂଖୀ ଶାସନ, ଦେବଗଡ଼ ଚାଷୀ
ମଣ୍ଡିରେ ପଡ଼ିଛି 500 କ୍ବିଣ୍ଟାଲ ଧାନ, ମିଲର କରୁଛି ମନମୂଖୀ ଶାସନ

By

Published : Jan 22, 2020, 11:58 PM IST

ଦେବଗଡ଼: ଧାନ କ୍ରୟରେ ମିଲରର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ମଣ୍ଡିରେ ଦୁଇଦିନ ହେଲା ଖୋଲା ଆକାଶ ତଳେ ପଡିରହିଛି ଶହଶହ କ୍ବିଣ୍ଟାଲ ଧାନ । ନିଜର କଷ୍ଟ ଉପାର୍ଜିତ ଧାନକୁ ମଣ୍ଡିରେ ବିକ୍ରି କରି ନପାରି ଶୀତ କାକରରେ ଜଗି ରହିଛନ୍ତି ଚାଷୀକୁଳ । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଗାଙ୍ଗନଣ ସେବା ସମବାୟ ସମିତିରେ ।

ମଣ୍ଡିରେ ପଡ଼ିଛି 500 କ୍ବିଣ୍ଟାଲ ଧାନ, ମିଲର କରୁଛି ମନମୂଖୀ ଶାସନ

ସୂଚନାରୁ ଅନୁସାରେ, ମଙ୍ଗଳବାର ଗାଙ୍ଗନଣ ସେବା ସମବାୟ ସମିତିରୁ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରି କରିବାକୁ ଆସିଥିଲେ । ମାତ୍ର ଏହି ମଣ୍ଡିରୁ ଧାନ କ୍ରୟ କରୁଥିବା ଜିଲ୍ଲାର ମହାଲକ୍ଷ୍ମୀ ରାଇସମିଲ କର୍ତ୍ତୃପକ୍ଷ ଖରାପ ଧାନ ଦର୍ଶାଇ କ୍ବିଣ୍ଟାଲ ପ୍ରତି ତିନି କିଲୋ ଲେଖାଏଁ ଧାନ କାଟି କ୍ରୟ କରିବାକୁ ସମବାୟ ସମିତି ସେକ୍ରେଟେରୀଙ୍କୁ କାଳେ ନିର୍ଦ୍ଦେଶ ଦେଇଥିଲେ । ରାଇସମିଲ କତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ସମବାୟ ସଂସ୍ଥା ସେକ୍ରେଟାରୀ ଚାଷୀଙ୍କ ଠାରୁ ସିଧାସଳଖ କ୍ବିଣ୍ଟାଲ ପ୍ରତି ତିନିକିଲୋ ଲେଖାଏଁ ଧାନ କାଟିଥିଲେ । ଏହାକୁ ଚାଷୀମାନେ ତୀବ୍ର ବିରୋଧ କରି ଧାନ ବିକ୍ରି କରିବାକୁ ମନା କରି ଦେଇଥିଲେ । ଫଳରେ ଗାଙ୍ଗନଣ ସେବା ସମବାୟ ସମିତିରେ ଦୁଇଦିନ ହେଲା ଧାନ କ୍ରୟ ବନ୍ଦ ରହିବା ସହିତ ଖୋଲା ଆକାଶ ତଳେ ପାଞ୍ଚଶହ କ୍ବିଣ୍ଟାଲରୁ ଅଧିକ ଧାନ ପଡିରହିଛି ।

ସେପଟେ ଚାଷୀ ମାନେ ଧାନ ବିକ୍ରି କରିନପାରି ନିଜନିଜ ଧାନକୁ ଗଡ଼ାକରି ଜଗି ରହିଛନ୍ତି । ଇତି ମଧ୍ୟରେ ଦୁଇଦିନ ବିତିଯାଇଥିଲେ ସୁଦ୍ଧା ସମ୍ପୃକ୍ତ ମିଲ ମାଲିକ ସହିତ ଜିଲ୍ଲା ପ୍ରଶାସନର ସୁସମ୍ପର୍କ ଓ ସଲାସୁତରା ରହିଥିବାରୁ ପ୍ରଶାସନ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନନେଇ ଚୁପ ବସିଥିବା ଚାଷୀକୁଳ ଅଭିଯୋଗ କରିଛନ୍ତି । ଏନେଇ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଆକାଶ ମେଘାଛନ୍ନ ଥିବାବେଳେ ଆଗାମୀ ଦିନରେ ବର୍ଷାର ସମ୍ଭାବନା ରହିଛି । ପୁଣି ଏ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ହାତୀ ଧାନ ଖାଇଯିବାର ମଧ୍ୟ ଭୟ ରହିଛି । ଏଭଳି ପରିସ୍ଥିତି ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀକୂଳ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details