ଓଡିଶା

odisha

ETV Bharat / state

ମକରଧ୍ବଜ ପୀଠରେ ଆରମ୍ଭ ହେଲା ମକର ମେଳା - deogarh makara mela

ଆଜି ମକର ସଂକ୍ରାନ୍ତି ଅବସରରେ ଦେବଗଡ଼ ସହର ନିକଟସ୍ଥ ମକରଧ୍ବଜ ପର୍ବତ ଶୃଙ୍ଗରେ ଅବସ୍ଥିତ ବାବା ମକରଧ୍ବଜଙ୍କ ପୀଠରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୋଇଯାଇଛି ।

makara mela
ଦେଓଗଡ ପ୍ରସିଦ୍ଧ ମକର ମେଳା

By

Published : Jan 15, 2020, 8:44 PM IST

ଦେଓଗଡ: ବାବା ମକରଧ୍ବଜଙ୍କ ପୀଠରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୋଇଯାଇଛି । ଆଜି ମକର ସଂକ୍ରାନ୍ତି ଅବସରରେ ଦେବଗଡ଼ ସହର ନିକଟସ୍ଥ ମକରଧ୍ବଜ ପର୍ବତ ଶୃଙ୍ଗରେ ଅବସ୍ଥିତ ବାବା ମକରଧ୍ବଜଙ୍କ ପୀଠରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୋଇଯାଇଛି ।

ଦେଓଗଡ ପ୍ରସିଦ୍ଧ ମକର ମେଳା

ଆଜି ସକାଳୁ ଦେବଗଡ଼ ଓ ଆଖପାଖ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରାୟ ତିନି କିଲୋମିଟର ଉଚ୍ଚ ପର୍ବତ ଶିଖରରେ ଥିବା ଏହି ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ମକର ସଂକ୍ରାନ୍ତି ଦିନ ବାବା ମକରଧ୍ବଜଙ୍କ ନିକଟରେ ଧ୍ବଜା ବାନ୍ଧିଲେ ମାନସିକ ପୂରଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଥିବାରୁ ବହୁ ସଂଖ୍ୟାରେ ମାନସିକ ଧାରୀ ଏହି ପୀଠକୁ ଯାଇ ସେଠାରେ ଧ୍ବଜା ବାନ୍ଧିଥିଲେ ।

ଜିଲ୍ଲାରେ ଏହି ମେଳା ବହୁ ପୁରାତନ କାଳରୁ ଅନୁଷ୍ଠିତ ହୋଇ ଆସୁଥିଲେ ସୁଦ୍ଧା ଏହି ମେଳାର ଆୟୋଜକ ମକରଧ୍ବଜ ମେଳା କମିଟି କର୍ମକର୍ତ୍ତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ଆଜି ସାରା ଜିଲ୍ଲାରେ ବେଶ ପ୍ରସିଦ୍ଧି ଲାଭ କରିପାରିଛି । ମକର ସଂକ୍ରାନ୍ତି ଦିନ ବାବା ମକରଧ୍ବଜଙ୍କ ଦର୍ଶନ କରିବା ସହିତ ପର୍ବତ ଆହୋରଣର ଭରପୁର ମଜା ନେବାପାଇଁ ପର୍ବତ ଶିଖରରେ ଥିବା ଏହି ପବିତ୍ର ପୀଠରେ ପ୍ରତିବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details