ଓଡିଶା

odisha

ETV Bharat / state

ଅବକାରୀ ବିଭାଗ ଚଢ଼ାଉ: ନକଲି ମଦ ପ୍ରସ୍ତୁତି ସାମଗ୍ରୀ ସହ ଜଣେ ଗିରଫ - ନକଲି ମଦ ପ୍ରସ୍ତୁତି ସାମଗ୍ରୀ ସହ ଜଣେ ଗିରଫ କଲା ପୋଲିସ

ନକଲି ମଦ ପ୍ରସ୍ତୁତି ବେଳେ ଦେବଗଡ଼ ଅବକାରୀ ବିଭାଗ ଚଢ଼ାଉ । ବିପୁଳ ପରିମାଣର ମଦ ସାମଗ୍ରୀ ସହ ଜଣେ ଗିରଫ । ଅଧିକ ପଢନ୍ତୁ

Duplicate wine seize
ଅବକାରୀ ବିଭାଗ ଚଢ଼ାଉ : ନକଲି ମଦ ପ୍ରସ୍ତୁତି ସାମଗ୍ରୀ ସହ ଜଣେ ଗିରଫ

By

Published : Jan 31, 2022, 7:46 AM IST

ଦେବଗଡ: ନକଲି ମଦ ପ୍ରସ୍ତୁତି ବେଳେ ଅବକାରୀ ବିଭାଗ ଚଢ଼ାଉ । ମଦ ପ୍ରସ୍ତୁତି ସାମଗ୍ରୀ ସହ ଜଣକୁ ଗିରଫ କଲା ପୋଲିସ । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁଣ୍ଢେଇଗୋଳା ଗାଁ ନିକଟରୁ ବେଆଇନ ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ବେଳେ ଚଢାଉ କରାଯାଇ ବିପୁଳ ପରିମାଣର ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।

ନକଲି ମଦ ପ୍ରସ୍ତୁତି ସାମଗ୍ରୀ ସହ ଜଣେ ଗିରଫ
ସୂଚନା ଅନୁଯାୟୀ, ଅବକାରୀ ନିରୀକ୍ଷକ ମଧୁସୂଦନ ସାହୁଙ୍କ ନେତୃତ୍ୱରେ ଅବକାରୀ ବିଭାଗର କର୍ମଚାରୀମାନେ ସ୍ବତନ୍ତ୍ର ଭାବରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ବେଳେ କୁଣ୍ଢେଇଗୋଳା ନିକଟରେ ନକଲି ବିଦେଶୀ ମଦ ତିଆରି ହେଉଥିବା ଖବର ପାଇଥିଲେ। କୁଣ୍ଢେଇଗୋଳା ଗ୍ରାମରେ ଟିକିରା ନଦୀ କୂଳରେ ଏକ କୁଡିଆ ଘର ମଧ୍ୟରେ ବିଭିନ୍ନ ବିଦେଶୀ ମଦ କମ୍ପାନୀର ବୋତଲ ମଧ୍ୟରେ ନକଲି ମଦ ଭର୍ତ୍ତି କରି ନକଲି ଠିପି ଲଗାଇ ସରକାରୀ ଲେବୁଲ ଲଗାଇ ଏହି ବେଆଇନ ବିଦେଶୀ ମଦ କାରବାର କରାଯାଉଥିଲା।

ଅବକାରୀ ବିଭାଗ ପକ୍ଷରୁ ଶନିବାର ରାତିରେ ଉକ୍ତ ସ୍ଥାନରେ ଚଢଉ କରାଯିବା ସହିତ ନକଲି ବିଦେଶୀ ମଦ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲାର ଦେଓ ଗ୍ରାମର ଶ୍ରବଣ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସଂପୃକ୍ତ ବ୍ୟକ୍ତିଙ୍କ ପାଖରୁ ୧୦ ଲିଟର ସ୍ପିରିଟ, ବିଭିନ୍ନ କମ୍ପାନୀର ବୋତଲ, ଠିପି, ସରକାରୀ ଲେବୁଲ ଜବତ କରାଯାଇଛି ।

ଅଭିଯୁକ୍ତ ଶ୍ରବଣ କୁମାର ପୂର୍ବରୁ ମଦ ଦୋକାନରେ କାର୍ଯ୍ୟ କରୁଥିବା ବେଳେ ଦୋକାନ ମାଲିକ ତାଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ସହ ଆଉ କାହାର ସଂପୃକ୍ତି ଅଛି ସେନେଇ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଏହି ଚଢଉରେ ରିଆମାଳ ଅବକାରୀ ବିଭାଗର ଓଆଇସି ବାଦଲ ବ୍ରହ୍ମା, ଏଏସଆଇ ପ୍ରହଲ୍ଲାଦ ବେହେରା, ଲୋକନାଥ ବେହେରାଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details