ଦେବଗଡ଼: ଦେବଗଡ଼ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଦେଶୀମଦ ଓ ମହୁଲ ପୋଚ ଜବତ କରାଯାଇଛି । ଦେବଗଡ଼ ଜିଲ୍ଲାରେ ଦିନକୁ ଦିନ ଚୋରାମଦ କାରବାର ବଢ଼ିବାରେ ଲାଗିଛି ।
ଦେବଗଡ଼ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ,60 ଲିଟର ଦେଶୀମଦ ଜବତ ଜିଲ୍ଲାର କିଛି ମଦମାଫିଆ ଲକଡାଉନର ସୁଯୋଗ ନେଇ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତ କରି ତାହାକୁ ବିଭିନ୍ନ ଅଞ୍ଚଳରେ ଚଢା ଦାମରେ ବିକ୍ରିକରି ଆସୁଥିବା ବାରମ୍ବାର ଅଭିଯୋଗ ହେଉଛି ।
ଦେବଗଡ଼ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ,60 ଲିଟର ଦେଶୀମଦ ଜବତ ଆଜି ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପ୍ରମୁଖ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ସିଆରିଆ ଓ ଦେବଗଡ଼ ପୌରାଞ୍ଚଳ ଅଧିନ ପୁରୁଣାଗଡ଼ ଠାରେ ଚଢ଼ାଉ କରି ମୋଟ 60 ଲିଟର ଦେଶୀ ରନ୍ଧା ମଦ ଓ 1880 କିଲୋ ମହୁଲ ପୋଚ ଜବତ କରିଛନ୍ତି ।
ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା 5 ଜଣଙ୍କ ନାମରେ CRPC u/s 42 ଅନୁଯାୟୀ ନୋଟିସ ଜାରି କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି ।
ବିଗତ କିଛିଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଘନଘନ ଚଢ଼ାଉ ଫଳରେ ବେଆଇନ ମଦ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଦେବଗଡ଼ରୁ ସରୋଜ କୁମାର ଶତପଥି, ଈଟିଭି ଭାରତ