ଓଡିଶା

odisha

ETV Bharat / state

କୋରୋନା ସତର୍କତା: ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ସାନିଟାଇଜର ସ୍ପ୍ରେ - corona in Odisha

ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର୍ଯ୍ୟକ୍ରମ ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ବିଭିନ୍ନ ୱାର୍ଡରେ ସାନିଟାଇଜର ସ୍ପ୍ରେ ହୋଇଛି ।

କୋରୋନା ସତର୍କତା: ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ସାନିଟାଇଜର ସ୍ପ୍ରେ
କୋରୋନା ସତର୍କତା: ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ସାନିଟାଇଜର ସ୍ପ୍ରେ

By

Published : Apr 3, 2020, 6:22 PM IST

ଦେବଗଡ: କୋରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବାବେଳେ ସମସ୍ତ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର୍ଯ୍ୟକ୍ରମ ହୋଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲ ପରିସରରେ ସାନିଟାଇଜର ସ୍ପ୍ରେ କରାଯାଇଛି ।

କୋରୋନା ସତର୍କତା: ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ସାନିଟାଇଜର ସ୍ପ୍ରେ

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ବିଭିନ୍ନ ୱାର୍ଡରେ ସାନିଟାଇଜର ସ୍ପ୍ରେ ହୋଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ ଉପାଧ୍ୟାୟ, ଦେବଗଡ ଅଗ୍ନିଶମ ଅଧିକାରୀ ପ୍ରଫୁଲ୍ଲ ବିଶ୍ବାଳ, ଚିକିତ୍ସାଳୟ ମ୍ୟାନେଜର ଯତୀନ ଭଇଁସା ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।

ଜିଲ୍ଲାରେ କୋରୋନା ସଂକ୍ରମଣର ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି କୋରୋନା ମହାମାରୀକୁ ରୋକିବା ପାଇଁ ଜିଲ୍ଲାବାସୀ ସରକାରଙ୍କ ପରାମର୍ଶ ମାନି ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details