ଓଡିଶା

odisha

ETV Bharat / state

ଶୋଚନୀୟ ସ୍ଥିତିରେ ବଳମ-ଟୁସୁଳା ରାସ୍ତା ଅବସ୍ଥା - DEOGARH BALAMA-TUSULA ROAD DAMAGED

ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ବଳମ ଠାରୁ ଟୁସୁଳା ଯାଇଥିବା 16 କିଲୋମିଟର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଯାତାୟତରେ ଅସୁବିଧା ହେଉଥିବା ହେତୁ ବିଭାଗୀୟ କର୍ତ୍ତୃପକ୍ଷ ଏହାର ଉନ୍ନତିକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

ବଳମ-ଟୁସୁଳା ରାସ୍ତା ଅବସ୍ଥା ଶୋଚନୀୟ, ତୁରନ୍ତ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକଙ୍କ ଦାବି
ବଳମ-ଟୁସୁଳା ରାସ୍ତା ଅବସ୍ଥା ଶୋଚନୀୟ, ତୁରନ୍ତ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକଙ୍କ ଦାବି

By

Published : Jun 18, 2020, 3:14 PM IST

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ବଳମ ଠାରୁ ଟୁସୁଳା ଯାଇଥିବା 16 କିଲୋମିଟର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଫଳରେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ ।

ବଳମ-ଟୁସୁଳା ରାସ୍ତା ଅବସ୍ଥା ଶୋଚନୀୟ, ତୁରନ୍ତ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ରାସ୍ତା ଉପରୁ ପିଚୁ ଓ ମେଟାଲ ଉଠି ଖାଲଖମାରେ ଭର୍ତ୍ତି ହୋଇଛି । ଅଧିକାଂଶ ସ୍ଥାନରେ ବଡ଼ବଡ଼ ଗର୍ତ୍ତ ହୋଇ ବର୍ଷା ପାଣି ଜମି ରହୁଛି । ତ ଆଉ କେଉଁଠି ଆଣ୍ଠୁଏ କାଦୁଅ ଭର୍ତ୍ତି ହୋଇ ରହିଛି ।

ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଉପରେ ବାରକୋଟ ବ୍ଲକର ବଳମ, କଣ୍ଢଳ, କଣ୍ଟାପାଲି, ଦନ୍ତାରିବାହାଲ , ରମ୍ଭଇ ଆଦି ପାଞ୍ଚୋଟି ପଂଚାୟତର ଜନସାଧାରଣ ନିର୍ଭର କରି ଆସୁଛନ୍ତି । ଏହି ରାସ୍ତାର ଉନ୍ନତି କରଣ ପାଇଁ ଗତ 2019 ମସିହାରେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସମାପ୍ତ ହୋଇସାରିଛି । ତଥାପି ଏହାର ଉନ୍ନତି କରଣ କାମରେ ଅହେତୁକ ବିଳମ୍ବ ପରିଲକ୍ଷିତ ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ରାସ୍ତାଵସ୍ଥାକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୃପକ୍ଷ ଏହାର ଉନ୍ନତିକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details