ଓଡିଶା

odisha

ETV Bharat / state

ପୂର୍ତ୍ତ ବିଭାଗର ଅବହେଳାରୁ ରାସ୍ତା ଅବସ୍ଥା ବେହାଲ ! ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ - poor Road condition in Tiribi Village

ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାବେଳେ ବର୍ଷାପାଣି ଓ କାଦୁଅ ଜମି ରହିଛି । ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତିରିବ ଗ୍ରାମବାସୀ । ଅଧିକ ପଢନ୍ତୁ

ବିଭାଗର ଅବହେଳା ଯୋଗୁଁ ରାସ୍ତା ଅବସ୍ଥା ବେହାଲ , ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ
ବିଭାଗର ଅବହେଳା ଯୋଗୁଁ ରାସ୍ତା ଅବସ୍ଥା ବେହାଲ , ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

By ETV Bharat Odisha Team

Published : Oct 6, 2023, 8:41 PM IST

ବିଭାଗର ଅବହେଳା ଯୋଗୁଁ ରାସ୍ତା ଅବସ୍ଥା ବେହାଲ , ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ଦେବଗଡ଼: ପ୍ରଶାସନର ଉଦାସିନତା ମନୋଭାବ ଯୋଗୁଁ ଯାତାୟତରେ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଜିଲ୍ଲାର ତିଳେଇବଣି ବ୍ଲକ ଅଞ୍ଚିଳରୁ । ରେଙ୍ଗାଳି ଜଳଭଣ୍ଡାର ତଟରେ ରହିଥିବା ବଡଛାପଲ ପଞ୍ଚାୟତର ତିରିବ ଗ୍ରାମକୁ ନାହିଁ ପକ୍କା ରାସ୍ତା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଇଛନ୍ତି ଗ୍ରାମବାସୀ । ଏହି ଗ୍ରାମରେ 53ଟି ପରିବାର ବସବାସ କରୁଥିବାବେଳେ ଯାତାୟତ ପାଇଁ ଗାଁକୁ ଅଛି ମାତ୍ର 3 କି.ମି ବିଶିଷ୍ଟ ଖଣ୍ଡିଏ ମାଟି ରାସ୍ତା ।

ଆଜକୁ ପ୍ରାୟ ଏକ ବର୍ଷ ହେଲା ଏହି ରାସ୍ତାଟି ପୂର୍ତ୍ତ ବିଭାଗ ନିଜ ଅଧିନକୁ ନେଇ ଥିବାବେଳେ ଏହାକୁ ସ୍ଥାୟୀ ମରାମତି କରିବା ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ଡକାଯାଇ 6 ମାସ ହେଲା କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଯେ, ଏହି ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ରାସ୍ତାଟିକୁ ଖୋଳି ଦେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ପକାଇ ରଖିଛନ୍ତି । ଠିକାଦାରଙ୍କ ଅବହେଳା କାରଣରୁ ରାସ୍ତା ନିର୍ମାଣ କାମ ୬ ମାସ ହେଲା ଆଗକୁ ବଢି ପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ...୪୨୯ ରାସ୍ତା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଖର୍ଚ୍ଚ ହେବ ୩୯ କୋଟି, ୩ ମାସରେ ସରିବ କାମ

ଫଳରେ ଚଳିତ ବର୍ଷା ୠତୁରେ ରାସ୍ତା ଅବସ୍ଥା ବେହାଲ ହୋଇପଡିଛି । ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ରାସ୍ତା ଉପରେ ଆଣ୍ଠୁଏ କାଦୁଅ ଓ ବର୍ଷା ପାଣି ଜମି ରହୁଛି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇ ପଡୁଛି । ଗ୍ରାମବାସୀ କୌଣସି କାର୍ଯ୍ୟରେ ଗ୍ରାମରୁ ବାହାରକୁ ଯିବା କଷ୍ଟକର ହୋଇଛି । ପିଲାମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇ ପାରୁନାହାନ୍ତି । ଏପରିକି କୌଣସି ଜରୁରୀ କାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନାହିଁ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀ ବାରମ୍ବାର ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ରାସ୍ତାକାର୍ଯ୍ୟ ତୁରନ୍ତ ସାରିବାକୁ ଜଣାଇ ଆସୁଥିଲେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଏହି ସମସ୍ୟା ସମ୍ପର୍କରେ ଆମେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ବର୍ଷା ଲାଗି ରହିଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନଥିବା କହିଥିଲେ । ଏଥିସହ ରାସ୍ତାର ମରାମତି କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ।


ଈଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details