ଓଡିଶା

odisha

ରାସ୍ତା ଅବସ୍ଥା ବେହାଲ: ଶୁଣୁନି ପ୍ରଶାସନ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

By

Published : Aug 29, 2021, 7:11 PM IST

ଗାଁକୁ ନାହିଁ ଖଣ୍ଡିଏ ନିତିଦିନିଆ ରାସ୍ତା । କାଦୁଅ ପଚପଚ ରାସ୍ତାରେ ପ୍ରତିଦିନ ଯାତାୟତ କରୁଛନ୍ତି ଲୋକେ । ବର୍ଷବର୍ଷ ଧରି ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି ଗ୍ରାମବାସୀ । ଏହି ଦୃଶ୍ୟ ହେଉଛି ଦେବଗଡ଼ ଜିଲ୍ଲାର । ଅଧିକ ପଢନ୍ତୁ...

ରାସ୍ତା ଅବସ୍ଥା ବେହାଲ: ଶୁଣୁନି ପ୍ରଶାସନ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ
ରାସ୍ତା ଅବସ୍ଥା ବେହାଲ: ଶୁଣୁନି ପ୍ରଶାସନ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ଦେବଗଡ଼: ଜିଲ୍ଲାର ବାରକୋଟ ବ୍ଲକ ଦନ୍ତାରିବାହାଳ ପଞ୍ଚାୟତର ବୃନ୍ଦାବନପୁର ଗାଁ । ଏହି ଗାଁର ଜାନୁବସା, ନୁଆଁନାଳି, ଭଟାଚୁଆ ଓ ବ୍ରହ୍ମଣୀମାଳ ଆଦି ସାହିରେ ବସବାସ କରନ୍ତି 120ରୁ ଉର୍ଦ୍ଧ୍ବ ପରିବାର । ହେଲେ, ପରିତାପର ବିଷୟ ଏହି ବସ୍ତିକୁ ନାହିଁ ଖଣ୍ଡିଏ ନୀତିଦିନିଆଁ ରାସ୍ତା ।

ରାସ୍ତା ଅବସ୍ଥା ବେହାଲ: ଶୁଣୁନି ପ୍ରଶାସନ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ଆଣ୍ଠୁଏ କାଦୁଅ ପଚପଚ ପାଦଚଲା ରାସ୍ତାରେ ପ୍ରତିଦିନ ଯାତାୟତ କରୁଛନ୍ତି ଲୋକେ । ମୁଖ୍ୟତଃ ବର୍ଷାଋତୁରେ ଏହି ଗାଁ ରାସ୍ତାଟି ବେହାଲ ହୋଇପଡୁଛି । ଅସରାଏ ବର୍ଷାରେ ରାସ୍ତା ଉପରେ ଦୁଇଫୁଟ ବର୍ଷାପାଣି ଜମି ରହୁଥିବାରୁ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ଆସିବା ତ ଦୂରର କଥା, ସାଇକେଲ ଟିଏ ମଧ୍ୟ ଆସିବା ସମ୍ଭବପର ହୋଇପାରୁନି ।

ଏହି ଗାଁକୁ ଖଣ୍ଡିଏ ନିତିଦିନିଆ ରାସ୍ତା ପାଇଁ ଗ୍ରାମବାସୀ ଆଜକୁ ଦୀର୍ଘବର୍ଷ ହେଲା ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କୁ ଜଣାଇ ଆସୁଛନ୍ତି । ହେଲେ କୌଣସି ସୁଫଳ ମିଳିପାରୁ ନାହିଁ । ପ୍ରତି ଗାଁକୁ ନିତିଦିନିଆ ରାସ୍ତା ପାଇଁ ସରକାର କେତେକଣ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ପ୍ରଶାସନିକ ଅବହେଳା କାରଣରୁ ବୃନ୍ଦାବନପୁର ଗାଁରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details