ଦେବଗଡ: ସଡକ ଦୁର୍ଘଟଣାରେ ନାବାଳିକାର ମୃତ୍ୟୁ । ଗୁରୁବାର ଅପରାହ୍ନରେ ଦେବଗଡ଼ ରାଜାମୁଣ୍ଡା ଛକ 49 ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ନାବାଳିକାର ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ ହେଲେ ରାଜାମୁଣ୍ଡା ଶାନ୍ତନୁ ବେହେରାଙ୍କ ଝିଅ କାଜଲ ବେହେରା । ତାଙ୍କ ବୟଷ 6 ବର୍ଷ ବୋଲି ଜଣାପଡିଛି ।
ସେ ତାଙ୍କ ମା ଙ୍କ ସହିତ ସ୍କୁଟି ଯୋଗେ ଦେବଗଡ଼ ସହର ଅଭିମୁଖେ ଆସୁଥିବା ବେଳେ ରାସ୍ତା ଉପରେ ଥିବା ଗାତରେ ସ୍କୁଟିଟି ଭାରସାମ୍ୟ ହରାଇ ପଡିଯିବାରୁ ଝିଅ ରାସ୍ତା ଉପରେ ଛିଟିକି ପଡିଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଝିଅକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।