ଓଡିଶା

odisha

By

Published : Jun 5, 2020, 10:35 PM IST

ETV Bharat / state

କଲଣ୍ଡା ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସ୍ଥାନୀୟ ଦେବଗଡ଼ ଥାନା ଅନ୍ତର୍ଗତ କଲଣ୍ଡା ଗାଁ ନିକଟସ୍ଥ ନାଳରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ମୃତକ ଜଣଙ୍କ ହେଉଛନ୍ତି ନୂଆଗାଁର ଅରକ୍ଷିତ ରଞ୍ଜିତ ।

old man's dead body found in deogarh, old man's dead body found in kalanda drain, deogarh latest news, old man died being drowned to drain, ଦେବଗଡରେ ନାଳରୁ ମୃତଦେହ ଉଦ୍ଧାର, କଲଣ୍ଡା ନାଳରେ ବୃଦ୍ଧଙ୍କ ମୃତଦେହ, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌, ନାଳରେ ବୁଡି ବୃଦ୍ଧ ମୃତ
କଲଣ୍ଡା ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଦେବଗଡ: ସ୍ଥାନୀୟ ଦେବଗଡ଼ ଥାନା ଅନ୍ତର୍ଗତ କଲଣ୍ଡା ଗାଁ ନିକଟସ୍ଥ ନାଳରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ମୃତକ ଜଣଙ୍କ ହେଉଛନ୍ତି ନୂଆଗାଁର ଅରକ୍ଷିତ ରଞ୍ଜିତ । ତାଙ୍କ ବୟସ ପାଖାପାଖି 65 ହେବ ବୋଲି ଅନୁମାନ କରାଯାଉଛି । ବୃଦ୍ଧ ଜଣକ ଶୁକ୍ରବାର ଅପରାହ୍ନରେ ଗାଁ ନିକଟ ନାଳକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ ।

ସନ୍ଧ୍ୟାରେ ଗାଁର କିଛି ଯୁବକ ନାଳକୁ ଯାଇଥିବା ବେଳେ ସେଠାରେ ବୃଦ୍ଧଙ୍କ ମୃତଦେହ ପଡି ରହିଥିବା ଦେଖିବାକୁ ପାଇଥିଲେ । ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରି ଦେବଗଡ଼ ପୋଲିସକୁ ଜଣାଇଥିଲେ । ଦେବଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗାଧୋଉଥିବା ବେଳେ ନାଳରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି ।

ଦେବଗଡରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ABOUT THE AUTHOR

...view details