ଦେବଗଡ: ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ, 13 ଗାଈ ମୃତ । ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ଗୁଣ୍ଡେଇମୁରା ଗାଁ ନିକଟରେ ଏକ ଗାଈ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ 13 ଟି ଗାଈ ମୃତ୍ୟୁବରଣ କରିଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ସମ୍ବଲପୁରରୁ କଲିକତା ଅଭିମୁଖେ ଏକ ଗାଈ ବୋଝେଇ କଣ୍ଟେନର ( ଏନଏଲ 01-ଏଡି - 5282 ) ଯାଉଥିବା ବେଳେ 49 ନମ୍ବର ଜାତୀୟ ରାଜପଥ ଗୁଣ୍ଡେଇମରା ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଏହି କଣ୍ଟେନରରେ ପ୍ରାୟ 40 ଟି ଗାଈ ଯାଉଥିବା ବେଳେ ଦୁର୍ଘଟଣା ସ୍ଥଳରେ 13 ଟି ଗାଈ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।