ଦେବଗଡ: ମଙ୍ଗଳବାର ଦେବଗଡ ଗସ୍ତରେ ଆସିଛନ୍ତି କୋଭିଡ-19 ପର୍ଯ୍ୟବେକ୍ଷକ ଶକ୍ତି ବିଭାଗର ସଚିବ ବିଷ୍ଣୁପଦ ସେଠି ଏବଂ ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଶତପଥି । ଏଠାରେ ଏମାନେ କୋଭିଡ-19 ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି ।
ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ବୈଠକରେ 2 ସଚିବ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲାର କଣ୍ଟେନମେଣ୍ଟ ଅଞ୍ଚଳର ସ୍ଥିତି ଉପରେ ସମୀକ୍ଷା କରିଥିଲେ । ଏଥିସହ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।