ଓଡିଶା

odisha

ETV Bharat / state

ଦେବଗଡ଼ରେ ନିୟନ୍ତ୍ରଣକୁ ଆସୁଛି କୋରୋନା - Health Department

ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି କୋଭିଡ୍ ଜନିତ ସଂକ୍ରମଣ । ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ନିରନ୍ତର ଉଦ୍ୟମ ଯୋଗୁଁ ଜିଲ୍ଲାରେ ନିୟନ୍ତ୍ରଣାଧୀନ କୋରୋନା ସ୍ଥିତି । ଅଧିକ ପଢନ୍ତୁ...

ଦେବଗଡ଼ ଜିଲ୍ଲାରେ ନିୟନ୍ତ୍ରଣାଧୀନ ହେବାରେ ଲାଗିଛି କୋରୋନା
ଦେବଗଡ଼ ଜିଲ୍ଲାରେ ନିୟନ୍ତ୍ରଣାଧୀନ ହେବାରେ ଲାଗିଛି କୋରୋନା

By

Published : Jun 5, 2021, 8:02 AM IST

ଦେବଗଡ଼: ଦିନକୁଦିନ ବୃଦ୍ଧି ପାଉଛି କୋରୋନା ଜନିତ ଜନ ସଚେତନତା । କୋଭିଡ୍ ନିୟମ ପାଳନ କରିବା ଠାରୁ ଆରମ୍ଭ କରି କୋଭିଡ ଟେଷ୍ଟ ଓ ଟୀକାକରଣ ଆଦି କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଉଥିବାରୁ ବିଗତ କିଛିଦିନ ହେଲା ଜିଲ୍ଲାରେ କରନା ସ୍ଥିତି ପ୍ରାୟତଃ ନିୟନ୍ତ୍ରଣାଧୀନ ରହିଥିବା ଜଣାପଡ଼ିଛି । ଦେବଗଡ଼ ଜିଲ୍ଲାରେ ବିଗତ କିଛିଦିନ ହେଲା କରନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହାକି ଜିଲାବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି କରିଛି ।

ଦେବଗଡ଼ ଜିଲ୍ଲାରେ ନିୟନ୍ତ୍ରଣାଧୀନ ହେବାରେ ଲାଗିଛି କୋରୋନା

ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଚଳିତ ମାସ 1 ତାରିଖରେ ଜିଲ୍ଲାରେ 81 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 2 ତାରିଖ ଦିନ 84 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 3 ତାରିଖ ଦିନ ଜିଲ୍ଲାରେ 72 ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଅଦ୍ୟାବଧି ଜିଲ୍ଲାରେ ମୋଟ 5481 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ , ସେଥିମଧ୍ୟରୁ 4889 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ 571 ଚିକିତ୍ସାଧୀନ ଥିବା ଜଣାପଡିଛି ।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 21 କୋରୋନା ସଂକ୍ରମିତ ମୃତ୍ୟୁବରଣ କରିଥିବା ନେଇ ସରକାରୀ ରିପୋର୍ଟରୁ ଜଣା ପଡ଼ିଛି । ଦେବଗଡ଼ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ନିରନ୍ତର ଉଦ୍ୟମ ସମେତ ଜିଲ୍ଲାବାସୀଙ୍କ ସହଯୋଗ ଫଳରେ କିଛିଦିନ ପୂର୍ବରୁ ଜିଲ୍ଲାରେ ବିଗିଡିବାକୁ ବସିଥିବା କୋରୋନା ସ୍ଥିତି ବର୍ତ୍ତମାନ ପୁଣିଥରେ ନିୟନ୍ତ୍ରଣାଧୀନ ରହିଥିବା ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି ।


ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details