ଓଡିଶା

odisha

ନିମ୍ନମାନର ନିର୍ମାଣ କାମକରି ଠିକାଦାର ଛୁ, କାମରେ ଆସିଲାନି ବିଜୁ କୃଷକ ଉଠା ଜଳସେଚନ ପ୍ରକଳ୍ପ

By

Published : Sep 7, 2021, 5:36 PM IST

ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚାଷ ଜମିକୁ ଜଳ ଯୋଗାଇବା ସହ କୃଷିର ବିକାଶ କରିବା ଦିଗରେ ନିର୍ମାଣ ହୋଇଥିଲା ଉଠା ଜଳସେଚନ ପ୍ରକଳ୍ପ । ହେଲେ ନିମ୍ନମାନର କାମ ଯୋଗୁଁ ତାହା ଏବେ ଅଚଳାବସ୍ଥା ହୋଇ ପଡିରହିଛି । ଅଧିକ ପଢନ୍ତୁ...

ନିମ୍ନମାନର ନିର୍ମାଣ କାମକରି ଠିକାଦାର ଛୁ , କାମରେ ଆସିଲାନି ବିଜୁ କୃଷକ ଉଠା ଜଳସେଚନ ପ୍ରକଳ୍ପ
ନିମ୍ନମାନର ନିର୍ମାଣ କାମକରି ଠିକାଦାର ଛୁ , କାମରେ ଆସିଲାନି ବିଜୁ କୃଷକ ଉଠା ଜଳସେଚନ ପ୍ରକଳ୍ପ

ଦେବଗଡ: ଚାଷ ଜମିକୁ ଜଳ ଯୋଗାଇ କୃଷିର ବିକାଶ କରିବା ଲକ୍ଷ୍ୟରେ ସରକାର ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ନିର୍ମାଣ କରାଯାଇଛି ଉଠା ଜଳସେଚନ ପ୍ରକଳ୍ପ । ମାତ୍ର ଅତ୍ୟନ୍ତ ନିମ୍ନ ମାନର ଓ ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ପ୍ରକଳ୍ପ ର ସୁଫଳ ଚାଷୀକୁଳ ପାଇ ପାରିଲେ ନାହିଁ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ହରିଡାବାହାଳ ଗାଁରେ ।

ନିମ୍ନମାନର ନିର୍ମାଣ କାମକରି ଠିକାଦାର ଛୁ , କାମରେ ଆସିଲାନି ବିଜୁ କୃଷକ ଉଠା ଜଳସେଚନ ପ୍ରକଳ୍ପ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତର ହରିଡ଼ାବାହାଳ ଗ୍ରାମରେ ଚାଷଜମିକୁ ଜଳ ଯୋଗାଇ ଦେବା ଲକ୍ଷରେ ଚଳିତ ବର୍ଷ ସରକାର ନିର୍ମାଣ କରିଛନ୍ତି ଏକ ଉଠା ଜଳସେଚନ ପ୍ରକଳ୍ପ । ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ନାବାର୍ଡ ସହାୟତା ରେ ନିର୍ମାଣ ହୋଇଛି ଏହି ପ୍ରକଳ୍ପ । ଏହି ପ୍ରକଳ୍ପରେ ମୋଟ 35 ଲକ୍ଷରୁ ଊର୍ଦ୍ଧ ଟଙ୍କା ବ୍ୟୟ ହୋଇଥିବାବେଳେ ଏଥିରେ 24 ହେକ୍ଟର ଚାଷଜମି ଉଭୟ ଖରିଫ ଓ ରବି ଋତୁରେ ଜଳସେଚିତ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏଥି ସହିତ ଏହି ପ୍ରକଳ୍ପ ଦ୍ବାରା ମୋଟ 43 ଜଣ ଚାଷୀ ଉପକୃତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି ।

ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଏହି ପ୍ରକଳ୍ପଟି ନିର୍ମାଣ ହେବା ପରଠାରୁ ଚାଷୀଙ୍କ କାର୍ଯ୍ୟରେ ଆସିପାରୁନାହିଁ । ତ୍ରୁଟିପୂର୍ଣ୍ଣ ଓ ଅତ୍ୟନ୍ତ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ପ୍ରକଳ୍ପଟି ନିର୍ଦ୍ଧାରିତ ଚାଷଜମିକୁ ଜଳ ଯୋଗାଇବାରେ ସକ୍ଷମ ହୋଇପାରୁ ନଥିବା ଚାଷୀକୂଳ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ଚଳିତ ବର୍ଷ ବର୍ଷାଭାଵରୁ ଚାଷକାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ଅନ୍ୟପଟେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଉଠା ଜଳସେଚନ ପ୍ରକଳ୍ପଟି ଚାଷଜମିକୁ ଜଳ ଯୋଗାଇବାରେ ସକ୍ଷମ ନହେବାରୁ ଏସମଗ୍ର ଅଞ୍ଚଳରେ ଭୟଙ୍କର ମରୁଡି ପରିସ୍ଥିତି ଦେଖାଦେଇଛି ।

କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ କୃଷି ଓ କୃଷକର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଗୋଟିଏ ପରେ ଗୋଟିଏ ଜଳସେଚନ ପ୍ରକଳ୍ପ ନିର୍ମାଣ କରିଚାଲିଛନ୍ତି ସତ ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୁର୍ନୀତିଖୋର ମନୋଭାବ ଓ ଠିକାଦାର ପୋଷଣ ନୀତି ଯୋଗୁଁ ଏହି ପ୍ରକଳ୍ପର ସୁଫଳ ଚାଷୀକୁଳ ପାଇପାରୁ ନାହାନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details