ଓଡିଶା

odisha

ETV Bharat / state

ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ - salary at deogarh

ବକେୟା ଦରମା ଦାବିରେ ଆଜି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଅଧିକ ଖବର ପଢନ୍ତୁ...

ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ
ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

By

Published : Aug 19, 2020, 5:24 PM IST

ଦେବଗଡ: ବକେୟା ଦରମା ଦାବିରେ ଆଜି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସୂଚନାନୁଯାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ 19 ଜଣ ସଫେଇ କର୍ମଚାରୀ ଆଜକୁ ଦୀର୍ଘ ତିନିମାସ ହେଲା ସେମାନଙ୍କ ଦରମା ପାଇନାହାଁନ୍ତି

ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ଫଳରେ ଏହି ଗରିବ ଶ୍ରେଣୀ କର୍ମଚାରୀ ମାନଙ୍କ ପକ୍ଷରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ସାରା ଜିଲ୍ଲାରେ କୋରୋନା ମହାମାରୀ ସଙ୍କଟ ଦେଖାଦେଇଥିବା ବେଳେ, ଏଭଳି ସମୟରେ ଅର୍ଥାଭାବରୁ ସଫେଇ କର୍ମଚାରୀ ମାନେ ଅଭାବ ଅନଟନରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବକେୟା ଦରମା ପାଇଁ କର୍ମଚାରୀ ମାନେ ସମ୍ପୃକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ହେଁ , କୌଣସି ସୁଫଳ ମିଳିପାରିନାହିଁ ।

ଫଳରେ ବାଧ୍ୟହୋଇ ଆଜି କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇ ଥିବା ଜଣାଯାଇଛି । ସଫେଇ କର୍ମଚାରୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ସମସ୍ତଙ୍କୁ ଦରମା ଦିଆଯିବ , ବୋଲି ପ୍ରକାଶ କରିଛନ୍ତି ।

ଦେବଗଡ଼ ରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details