ଦେବଗଡ: ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କରିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର । ଏହା ସହ ଶିଳ୍ପ କେନ୍ଦ୍ରର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି । ଭାରତ ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମ ଅନୁଯାୟୀ ଦେବଗଡ଼କୁ ତେନ୍ତୁଳି ପାଇଁ ବଛାଯାଇଛି । ସେ ଦୃଷ୍ଟିରୁ ତେନ୍ତୁଳିକୁ ନେଇ ସ୍ଥାନୀୟ ଲୋକେ କିପରି ଉଦ୍ୟୋଗ କରିପାରିବେ ସେ ଦିଗରେ ଅଧିକ ଦୃଷ୍ଟି ନିକ୍ଷେପ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଦିବ୍ୟଶଙ୍କର ।
ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କଲେ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ - କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର
ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କରିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର । ତେନ୍ତୁଳିକୁ ନେଇ ସ୍ଥାନୀୟ ଲୋକେ କିପରି ଉଦ୍ୟୋଗ କରିପାରିବେ ସେ ଦିଗରେ ଅଧିକ ଦୃଷ୍ଟି ନିକ୍ଷେପ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଦିବ୍ୟଶଙ୍କର । ଅଧିକ ପଢନ୍ତୁ...
ଦକ୍ଷିଣ ଭାରତରେ ତେନ୍ତୁଳିରୁ ଅନେକ ପ୍ରକାର ଆଚାର, ଚଟଣି ଏପରିକି ଶିଶୁମାନଙ୍କ ରୁଚି ଅନୁଯାୟୀ ଉତ୍ପାଦ ପ୍ରସ୍ତୁତ ହୁଏ । ଅନୁରୂପ ଭାବେ ଖାଦ୍ୟ ପ୍ରକ୍ରିୟାକରଣ ଦ୍ୱାରା ତେନ୍ତୁଳିର ଉପଯୁକ୍ତ ବିନିଯୋଗ କରିବା ପାଇଁ ମନ୍ତ୍ରୀ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ନତୁବା କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ କୌଣସି ପ୍ରକାର ଭାରି ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇ ନପାରିବା କାରଣ ଜାଣିବା ପାଇଁ ସେ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ଏପରି କି ରାଇସ୍ ମିଲ୍ ସଂଖ୍ୟା ଦୁଇରୁ ଅଧିକ ନଥିବା ଜାଣି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ