ଓଡିଶା

odisha

ETV Bharat / state

Municipality Election: ପ୍ରାର୍ଥୀ ଚୟନ ନେଇ ଚାଲିଛି କଳ୍ପନା ଜଳ୍ପନା - ଦେବଗଡ ପୌରାଧ୍ୟକ୍ଷ ପଦବୀ ପ୍ରାର୍ଥୀ ଚୟନ

ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସମୟ ଅବଧି ସରିବାକୁ ବସିଥିବାବେଳେ ଦେବଗଡ଼ ପୌରାଧ୍ୟକ୍ଷ ପଦବୀ ପାଇଁ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସମାପ୍ତ ହୋଇପାରୁ ନାହିଁ । ଏହାକୁ ନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Municipality Election: ପ୍ରାର୍ଥୀ ଚୟନ ନେଇ ଚାଲିଛି କଳ୍ପନା ଜଳ୍ପନା
Municipality Election: ପ୍ରାର୍ଥୀ ଚୟନ ନେଇ ଚାଲିଛି କଳ୍ପନା ଜଳ୍ପନା

By

Published : Mar 5, 2022, 10:35 PM IST

ଦେବଗଡ: ସର୍ବମୋଟ 11 ଟି ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ୱାର୍ଡ ମେମ୍ବର ଓ ପୌରାଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆଗାମୀ 7 ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ତେବେ ଅଦ୍ୟାବଧି ଜଣେ ହେଲେ ବି ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ଦାଖଲ କରିପାରି ନାହାନ୍ତି । ଏପର୍ଯ୍ୟନ୍ତ କେବଳ ସାତଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର କ୍ରୟ କରିଥିବା ପୌର କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ପୌରାଧ୍ୟକ୍ଷ ପଦବୀଟି ସାଧାରଣ ବର୍ଗ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଅଛି ।

ବିଶେଷ କରି ପୌରାଧ୍ୟକ୍ଷ ପଦବୀ ପାଇଁ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ନିଜନିଜ ପ୍ରାର୍ଥୀ ଚୟନ କରିପାରି ନାହାନ୍ତି । ତେବେ ଏହାକୁ ନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିବା ବେଳେ, ଏହି ପ୍ରମୁଖ ତିନି ଦଳ ପକ୍ଷରୁ କିଏ ହେବେ ପୌରାଧ୍ୟକ୍ଷ ପ୍ରାର୍ଥୀ ? ସେଥିପ୍ରତି ରହିଛି ସମସ୍ତଙ୍କ ନଜର । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଠାରୁ ଦେବଗଡ଼ ଜିଲ୍ଲାରେ ବିଜେଡିର ବିପୁଳ ବିଜୟ ପରେ ଦଳର ସାଂଗଠନିକ ସ୍ଥିତି ବେଶ ସଦୃଢ଼ ଥିବା ଜଣାପଡୁଛି ।

ସେପଟେ ବିଜେଡିରୁ ଟିକଟ ପାଇବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବିବାରେ ଲାଗିଛି । ତେବେ ଇତିମଧ୍ୟରେ ଦେବଗଡ଼ ସହରର ବିଶିଷ୍ଟ ଶିକ୍ଷାବିତ ତଥା ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଶାନ୍ତି ମଞ୍ଜରୀ ଦେଇ ନବୀନ ନିବାସ ଠାରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିବା ରାଜନୈତିକ ମହଲକୁ ଅଧିକ ସରଗରମ କରିଦେଇଛି । ଶାନ୍ତି ମଞ୍ଜରୀ ହଠାତ ରାଜନୀତିକୁ ଆସିବା ଓ ବିଜେଡିରେ ଯୋଗଦେବା ସମସ୍ତଙ୍କୁ ଚକିତ କରିଛି ।

ତେବେ ଜଣେ ବିଶିଷ୍ଟ ଶିକ୍ଷାବିତ ଓ ମିଷ୍ଟଭାଷୀ ମହିଳା ଭାବେ ତାଙ୍କର ବେଶ ସୁନାମ ରହିଥିବା ବେଳେ, ତାଙ୍କର ବିଜୟ ସମ୍ଭାବନାକୁ ଲକ୍ଷରଖି ବିଜେଡି ପୌର ଅଧ୍ୟକ୍ଷା ପାଇଁ ଟିକେଟ ଦେବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ହେଲେ ଏସମ୍ପର୍କରେ ଦଳ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ସୂଚନା ଦିଆଯାଇ ନାହିଁ । ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନରେ ବିଳମ୍ବ କରୁଥିବା ଦେଖାଯାଇଛି । ବିଜେପି ଓ କଂଗ୍ରେସ ଶିବିରରେ ଅନୁରୂପ ଭାବେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ ପରିଲକ୍ଷିତ ହୋଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details