ଓଡିଶା

odisha

ETV Bharat / state

Panchayat Election: ପାଖଉଛି ଭୋଟ ତାରିଖ, ଦେବଗଡରେ ଜମୁଛି ପ୍ରଚାର - ରିଆମାଳରେ ପ୍ରାର୍ଥୀଙ୍କ ହେଭିୱେଟ ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା 16 ତାରିଖରେ ହେବାକୁ ଥିବା ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି ।

candidate campaign for panchayat election in riamal
panchayat election: ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର

By

Published : Feb 14, 2022, 12:48 PM IST

ଦେବଗଡ଼:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା 16 ତାରିଖରେ ହେବାକୁ ଥିବା ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

panchayat election: ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ପାଇଁ ପ୍ରଚାର ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ଥର ରିଆମାଳ ବ୍ଲକରେ ମହିଳା ପ୍ରାର୍ଥୀଙ୍କ ଅଂଶଗ୍ରହଣ ପୂର୍ବ ଅନୁପାତ ଠାରୁ ଯଥେଷ୍ଟ ବୃଦ୍ଧି ପାଇଛି । ମୁଖ୍ୟତଃ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅଧିକ ସଂଖ୍ୟକ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ଦେଖାଯାଇଛି । ଆସନ୍ତା16 ତାରିଖ ଦିନ ଏହି ବ୍ଲକର ମୋଟ 26ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏଥିରେ ମୋଟ 83 ହଜାର 50 ସଂଖ୍ୟକ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ମାନେ ନିଜନିଜ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି ।

ଏହି ବ୍ଲକର 26ଟି ପଞ୍ଚାୟତରେ ମୋଟ 90 ଜଣ ମହିଳା ପ୍ରାର୍ଥୀ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଜନତାଙ୍କ ଜନକଲ୍ୟାଣ ପ୍ରତିଶୃତି ଦେଇ ନିର୍ବାଚନର ମୁଖ୍ୟ ଆକର୍ଷଣ ପାଲଟିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ନିର୍ବାଚନ ମୈଦାନରେ ଓହ୍ଲାଇ ଥିବା ମହିଳା ପ୍ରାର୍ଥୀମାନେ ନିଜ ବିଜୟ ନେଇ ଆଶାବାଦୀ ରହିଛନ୍ତି। ତେବେ ଆଉ ଦିନକ ପରେ ଜନତା କାହା ମୁଣ୍ଡରେ କଳସ ଢାଳିବେ ତାହା ଉପରେ ସଭିଙ୍କ ନଜର।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details