ଦେବଗଡ଼: ଦେବଗଡ଼ ଥାନା ଅଧିନ କୁରଡ଼ ଗାଁରେ ଶୁକ୍ରବାର ଏକ ବଧୂହତ୍ୟା ହୋଇଥିବା ନେଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ବସୁଲେଇ ଗ୍ରାମର ମନୋଜ କୁମାର ରାଉତଙ୍କର ଏକମାତ୍ର ଝିଅ ଜ୍ୟୋତି ପ୍ରିୟଦର୍ଶିନୀ (21)କୁ ଦେବଗଡ଼ ଜିଲ୍ଲା କୁରଡ଼ ଗ୍ରାମର ଚିତ୍ତ ରଞ୍ଜନ ଭୁକ୍ତାଙ୍କ ପୁଅ ଅଶ୍ୱିନୀ ପାଞ୍ଚବର୍ଷ ପୂର୍ବେ ବୈଦିକ ରୀତିରେ ଵିଵାହ କରିଥିଲେ । ବିବାହ ପରଠାରୁ ସ୍ୱାମୀ ଶାଶୁ ଓ ଶ୍ୱଶୁର ମିଶି ନାନା ନିର୍ଯ୍ୟାତନା ଦେଇଆସୁଥିବା ନେଇ ଜ୍ୟୋତି ନିଜ ପିତାମାତାଙ୍କୁ ଜଣାଇ ଆସୁଥିଲେ ।
ଯୌତୁକ ଜୁଇରେ ଜଳିଗଲା ଆଉ ଜଣେ ବଧୂ !
ଦେବଗଡ଼ ଥାନା ଅଧିନ କୁରଡ଼ ଗାଁରେ ଶୁକ୍ରବାର ଏକ ବଧୂହତ୍ୟା ହୋଇଥିବା ନେଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ..
ଶୁକ୍ରବାର ଜ୍ୟୋତିର ଜନ୍ମଦିନ ଥିବାରୁ ସକାଳେ ତାଙ୍କ ବାପା ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ମାତ୍ର ସକାଳ 10ଟା ସମୟରେ ଜ୍ୟୋତି ହଠାତ୍ ବିଷ ପିଇ ଆତ୍ମହତ୍ୟା କରିଥିବା ଓ ଡାକ୍ତରଖାନାକୁ ଆସି ଝିଅକୁ ଦେଖିଯିବା ପାଇଁ ଶାଶୁ ଘର ଲୋକେ ଫୋନ କରିଥିଲେ । ଖବର ପାଇ ଜ୍ୟୋତିର ପିତା ଦେବଗଡ଼ ଡାକ୍ତରଖାନାକୁ ପହଞ୍ଚି ଝିଅର ମୃତଦେହ ଦେଖିବା ପରେ ଏହା ଆତ୍ମହତ୍ୟା ନୁହଁ, ବରଂ ଶାଶୁଘର ଲୋକେ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ପ୍ରଶାନ୍ତ ପାତ୍ର ଅଭିଯୋଗ ଗ୍ରହଣ କରି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।
ଅନ୍ୟ ପକ୍ଷରେ ବୋହୂ ବିଷ ପିଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହୁଥିବା ବେଳେ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ