ଓଡିଶା

odisha

ETV Bharat / state

ତେଜୁଛି ବିଧାୟକଙ୍କ ଗିରଫଦାରୀ ରାଜନୀତି, ଆଜି 12 ଘଣ୍ଟିଆ ଦେବଗଡ ବନ୍ଦ - ଆଜି 12 ଘଣ୍ଟିଆ ଦେବଗଡ ବନ୍ଦ

ତେଜୁଛି ବିଡ଼ିଓ ବିଧାୟକ ବିବାଦ । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଏବଂ ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି । ଅଧିକ ପଢନ୍ତୁ

ତେଜୁଛି ବିଧାୟକଙ୍କ ଗିରଫଦାରୀ ରାଜନୀତି
ତେଜୁଛି ବିଧାୟକଙ୍କ ଗିରଫଦାରୀ ରାଜନୀତି

By

Published : May 2, 2022, 10:53 AM IST

Updated : May 2, 2022, 11:22 AM IST

ଦେବଗଡ:ତେଜୁଛି ବିଡ଼ିଓ ବିଧାୟକ ବିବାଦ । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଏବଂ ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେବଗଡ଼ ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ କରି ପିକେଟିଂ କରୁଛନ୍ତି ବିଜେପି କର୍ମୀ ।

ବିଜେପି କର୍ମୀମାନେ ପିକେଟିଂ କରି ସହରର ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରୁଛନ୍ତି । ଦେବଗଡ଼ ସହର ସମେତ ତିଳେଇବଣି , ବାରକୋଟ ଓ ରିଆମାଳ ବ୍ଲକ ମହକୁମାରେ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ କଲେଜ, ସରକାରୀ ବେସରକାରୀ ଦପ୍ତର , ବ୍ୟାଙ୍କସେବା ବନ୍ଦ ରହିବା ସହିତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସହର ଦେଇ ଅତିକ୍ରମ କରିଥିବା ମୁମ୍ବାଇ କଲିକତା 49 ନମ୍ବର ଜାତୀୟ ରାଜପଥ ଉପରେ ଶହ ଶହ ଯାନବାହନ ଅଟକି ରହିଛି । ଏହି ବନ୍ଦ ଡାକରା ନେଇ ଗତକାଲି (ରବିବାର) ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଥିଲେ । ବିଜେପି ପକ୍ଷରୁ ତିଲେଇବଣି ବିଡିଓଙ୍କୁ ଗିରଫ ଦାବି ହୋଇଛି ।

ତେଜୁଛି ବିଧାୟକଙ୍କ ଗିରଫଦାରୀ ରାଜନୀତି, ଆଜି 12 ଘଣ୍ଟିଆ ଦେବଗଡ ବନ୍ଦ

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପରେ ଗତକାଲି ଦଳୀୟ କର୍ମୀମାନେ ଦେବଗଡ଼ ଥାନା ଘେରାଉ କରିଥିଲେ । ଏଥି ସହିତ ବିଜେପି କର୍ମୀମାନେ ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଡିଓଙ୍କ ବିରୋଧରେ ବିଧାୟକଙ୍କ ପକ୍ଷରୁ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରିନଥିବା ବେଳେ, ତରବରିଆ ଭାବେ ବିଧାୟକଙ୍କ ଗିରଫକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ବିଡ଼ିଓଙ୍କୁ ମାଡ ଘଟଣାର ନିରପେକ୍ଷ ତଦନ୍ତ କରାନଗଲେ ଏହି ଆନ୍ଦୋଳନ ଆଗକୁ ତୀବ୍ରତର ହେବ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସୂଚନା ଯୋଗ୍ୟ, ବିଜେପିର ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, କେନ୍ଦୁଝର ବିଧାୟକ ମୋହନ ମାଝି, ତଲସରା ବିଧାୟକ ଭବାନୀ ଭୋଇ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସାହୁ, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକଙ୍କ ସମେତ ଦଳୀୟ କର୍ମୀମାନେ ଥାନା ଘେରାଉ ସମୟରେ ଉପସ୍ଥିତ ଥିଲେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

Last Updated : May 2, 2022, 11:22 AM IST

ABOUT THE AUTHOR

...view details