ଓଡିଶା

odisha

ETV Bharat / state

ଦେବଗଡ଼ ଜିଲ୍ଲାରେ ୨ଟି ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇଲା BJD, ଗୋଟିଏରେ BJP - ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ

ଶନିବାର ବିଭିନ୍ନ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦେବଗଡ଼ ଜିଲ୍ଲାରେ ୨ ଟିରେ ବିଜେଡି ପଞ୍ଚାୟତ ଅଧ୍ୟକ୍ଷ ପଦବୀ ହୋଇଥିବାବେଳେ ୨ ଟିରେ ବିଜେପି ବାଜି ମାରିଛି । ଅଧିକ ପଢନ୍ତୁ

ଦେବଗଡ଼ ଜିଲ୍ଲାରେ ୨ଟି ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇଲା  BJD, ଗୋଟିଏରେ BJP
ଦେବଗଡ଼ ଜିଲ୍ଲାରେ ୨ଟି ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇଲା BJD, ଗୋଟିଏରେ BJP

By

Published : Mar 13, 2022, 10:57 AM IST

ଦେବଗଡ଼: ସରିଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ କସରତ ଚଳାଇଥିଲେ । ତେବେ ଦେବଗଡ଼ ଜିଲ୍ଲାରେ ରିଆମାଳ, ବାରକୋଟ ଓ ତିଳେଇବଣି ଆଦି ତିନୋଟି ବ୍ଲକର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ରିଆମାଳ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ମଧୁସୂଦନ ପ୍ରଧାନ ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ବାରକୋଟ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀନି ପୁଷ୍ପାଞ୍ଜଳି ପାତ୍ର ମୋଟ 15 ଖଣ୍ଡ ଭୋଟ ପାଇ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ତିଳେଇବଣି ବ୍ଲକରେ ବିଜେପି ସମର୍ଥିତ ପ୍ରାର୍ଥୀନୀ ବୃନ୍ଦାବତୀ ଭୋଇ ୧୫ ଖଣ୍ଡ ଭୋଟ ପାଇଁ ଅଧ୍ୟକ୍ଷା ଭାବେ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥିନୀ ଗୁରୁବାରୀ ମୁଣ୍ଡା ମାତ୍ର ୫ଖଣ୍ଡ ଭୋଟ ପାଇଥିଲେ ।

ଏହି ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ଭାବେ ପରାଜୟ ବରଣ କରିବାକୁ ପଡିଥିଲା । ଗୋଟିଏ ପକ୍ଷରେ ଜିଲ୍ଲା ପରିଷଦ ଆସନରେ ଖାତା ଖୋଲି ପାରି ନଥିବା ବେଳେ ବ୍ଲକ ଅଧ୍ୟକ୍ଷ ପଦବୀରେ ମଧ୍ୟ ଦଳ ନିରାଶ ହୋଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details