ଦେବଗଡ:ଭିଜିଲାନ୍ସ ଜାଲରେ ବାରକୋଟ ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣି । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ସରକାରୀ କର୍ମଚାରୀ । ହିତାଧିକାରୀଙ୍କ ନାଁରେ ଖତିଆନ କରାଇ ଦେବାକୁ କହି ଲାଞ୍ଚ ମାଗିଥିଲେ ।
୫ ହଜାର ଲାଞ୍ଚ ନେଇ ଧରାପଡିଲେ ବାରକୋଟ ତହସିଲର ମୁଖ୍ୟ କିରାଣି - deogarh Vigilance raid news
ଲାଞ୍ଚ ନେଇ ବନ୍ଧା ହେଲେ ବାରକୋଟ ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣି । ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ ,ଦେବଗଡ଼ ଜିଲ୍ଲା ବାରକୋଟ ତହସିଲରେ କାର୍ଯ୍ୟରତ ମୁଖ୍ୟ କିରାଣି ରାଜକିଶୋର କାଲୋ ଜଣେ ହିତାଧିକାରୀଙ୍କ ନାଁରେ ଜମି ଖତିଆନ କରାଇ ଦେବାକୁ କହି 5000 ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସମ୍ପୃକ୍ତ ହିତାଧିକାରୀ ଜଣକ ଦେବଗଡ଼ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ଅନୁଯାୟୀ, ହିତାଧିକାରୀ ଜଣକ ମୁଖ୍ୟ କିରାଣିଙ୍କୁ ତାଙ୍କ ବାରକୋଟ ସ୍ଥିତ ସରକାରୀ ବାସଭବନରେ 5000 ଟଙ୍କା ଦେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଭିଜିଲାନ୍ସ ଅଧିକାରୀ ରାଜକିଶୋର ଠାରୁ ନଗଦ ରାଶି 5000 ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ଇଟିଭି ଭାରତ,ଦେବଗଡ଼