ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାହା ସ୍ୱାର୍ଥରେ ? ଦେବଗଡରେ ବାଟମାରଣା ଅର୍ଥ - ଦେବଗଡରେ ବାଟମାରଣା ଅର୍ଥ

ଦେବଗଡ଼ ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରେ ଗମନା ଗମନ ବ୍ୟବସ୍ଥାକୁ ସୁଗମ କରିବା ଲକ୍ଷରେ ସରକାର କୋଟି କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ କରୁଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ବିଭାଗୀୟ କତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାହା ସ୍ୱାର୍ଥରେ ? ଦେବଗଡରେ ବାଟମାରଣା ଅର୍ଥ
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାହା ସ୍ୱାର୍ଥରେ ? ଦେବଗଡରେ ବାଟମାରଣା ଅର୍ଥ

By

Published : Jul 24, 2020, 9:27 PM IST

ଦେବଗଡ଼: ଦୁର୍ଗମ ଗ୍ରାମାଞ୍ଚଳରେ ଗମନା ଗମନ ବ୍ୟବସ୍ଥାକୁ ସୁଗମ କରିବା ଲକ୍ଷରେ ସରକାର କୋଟି କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ କରୁଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ବିଭାଗୀୟ କତ୍ତୃପକ୍ଷଙ୍କ ଚରମ ଅବହେଳା ଓ ଏଥିରେ ନିୟୋଜିତ ଥିବା ଅସାଧୁ ଠିକାଦାରଙ୍କ ମୁନାଫାଖୋର ମନୋଭାବ ଯୋଗୁଁ ଏହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଁଚି ପାରୁନାହିଁ । ଏଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ପାରପୋଷି ଠାରୁ ତସରଡ଼ା ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାହା ସ୍ୱାର୍ଥରେ ? ଦେବଗଡରେ ବାଟମାରଣା ଅର୍ଥ
ଗତ 2015 ମସିହାରେ ଦେବଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ତିଳେଇବଣି ବ୍ଲକର ପାରପୋଷି ଗାଁ ଠାରୁ ତସରଡ଼ା ଓ ତେଲିସୁଆଁ ଦେଇ ଗଇଲୋ ପର୍ଯ୍ୟନ୍ତ 5 କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ଏହି ରାସ୍ତାକାମର କାର୍ଯ୍ୟାଦେଶ ଦେବଗଡ଼ ସହରର ତୁଳସୀ କନଷ୍ଟ୍ରକସନ ନାମକ ଏକ ଠିକାସଂସ୍ଥା ପାଇଥିଲେ ହେଁ, ଏହାକୁ କରାଉଥିଲେ ଏ ଅଞ୍ଚଳର ଜଣେ ପ୍ରଭାବଶାଳୀ ରାଜନେତା। ରାସ୍ତାକାମଟି ଗତ 2017 ମସିହାରେ ସମାପ୍ତ ହୋଇଥିଲା । ଏଥିରେ ଖର୍ଚ୍ଚ ହୋଇଥିଲା 4 କୋଟି 25 ଲକ୍ଷ ଟଙ୍କା । ମାତ୍ର ବିଡ଼ମ୍ବନାର ବିଷୟ ଯେ, ସରକାରୀ ରେକର୍ଡ ମୁତାବକ ଏହି ରାସ୍ତାକାର୍ଯ୍ୟଟି ଅଦ୍ୟାବଧି ସମାପ୍ତ ହୋଇସାରିଥିଲେ ହେଁ , ଏପର୍ଯ୍ୟନ୍ତ ଏହି ରାସ୍ତାରେ ଥିବା ଛେଳିଆ ବାହାଳ ଘାଟି ଅବସ୍ଥା ' ଯଥା ପୂର୍ଵମ, ତଥା ପରମ ' ହୋଇ ପଡି ରହିଛି । ସମ୍ପୃକ୍ତ ଠିକାଦାର ଏହି ଘାଟିରାସ୍ତାର ଅଳ୍ପ କିଛି ଅଂଶ କଂକ୍ରିଟ କରି ବାକି ପ୍ରାୟ ଏକ କିଲୋମିଟର ରାସ୍ତା ଏପର୍ଯ୍ୟନ୍ତ ନିର୍ମାଣ କରିନଥିବାରୁ ଆଜକୁ ତିନିବର୍ଷ ହେଲା ଘଟିରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଫଳରେ ଏହି ରାସ୍ତାରେ ଯାତାୟତ କରିବାରେ ଅଂଚଳ ବାସୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ତେବେ ସମ୍ପୃକ୍ତ ଠିକାଦାର କାହିଁକି ଏପର୍ଯ୍ୟନ୍ତ ଘାଟିରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିନାହାନ୍ତି ? ତାହାର କୌଣସି ସନ୍ତୋଷ ଜନକ ଉତ୍ତର ବିଭାଗୀୟ କତ୍ତୃପକ୍ଷଙ୍କ ନିକଟରେ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ହେଲା , ସମ୍ପୃକ୍ତ ଠିକାସଂସ୍ଥା ଘାଟିରାସ୍ତା କାର୍ଯ୍ୟ ଏପର୍ଯ୍ୟନ୍ତ ସମାପ୍ତ କରିନଥିଲେ ସୁଦ୍ଧା , ଏହି ରାସ୍ତାକାର୍ଯ୍ୟ 2017 ମସିହା ଠାରୁ ସମାପ୍ତ ହୋଇଥିବା ସରକାରୀ ରେକର୍ଡରେ ଦର୍ଶାଯାଇଛି । ଯାହାକି ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିବା ସହିତ ଏହା ତଦନ୍ତ ସାପେକ୍ଷ ବୋଲି ମତପ୍ରକାଶ ପାଇଛି । ଯାତାୟତ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସରକାର ଏଠାରେ କୋଟିକୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଇଛନ୍ତି ସତ , ହେଲେ କାର୍ଯ୍ୟ ତଦାରଖ ରେ ବିଭାଗୀୟ କତ୍ତୃପକ୍ଷ ଙ୍କ ଅବହେଳା କାରଣରୁ ଏହାର ସୁଫଳ ଲୋକଙ୍କ ପାଖରେ ପହଁଚି ପାରୁନାହିଁ । ଦେବଗଡ଼ ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details