ଦେବଗଡ:ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଅନେକ ଯୋଜନା । ଆଉ ଯୋଜନାକୁ ନେଇ ଖର୍ଚ୍ଚ ବି ହେଉଛି କୋଟି କୋଟି ଟଙ୍କା । ହେଲେ ସରକାରୀ ବାବୁଙ୍କ ସରକାରୀ ବାବୁଙ୍କ ଅପାରଗତା ଯୋଗୁଁ ରାସ୍ତା ନିର୍ମାଣର କିଛି ଦିନ ଭିତରେ ରାସ୍ତାର ହାଲ ବେହାଲ । ନିର୍ମାଣ ହେବାର ଛଅ ମାସ ନପୁରୁଣୁ ଧୋଇଗଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନବନିର୍ମିତ ରାସ୍ତା । ତେବେ ଦେବଗଡ଼ ଜିଲ୍ଲା କଂସରଠାରୁ ଚାଇମନ ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ।
ତେବେ ଜିଲ୍ଲାର ତିଳେଇବଣି ବ୍ଲକ କଂସର ଠାରୁ ଚାଇମନ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଏହି 8 .100 କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ମୋଟ 555.19 ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ଟେଣ୍ଡର ଡକାଯାଇଥିଲା । ସମ୍ବଲପୁର ଅଞ୍ଚଳର ଜଣେ ଠିକାଦାର ଗତ 2021 ମସିହା ମାର୍ଚ୍ଚ ମାସଠାରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ରାସ୍ତାର ନିର୍ମାଣ କାର୍ଯ୍ୟ ଗତ 2022 ମସିହା ଜାନୁଆରୀ ମାସରେ ସମାପ୍ତ ହେବାକଥା । ମାତ୍ର ସମ୍ପୃକ୍ତ ଠିକାଦାର ଏହାର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରି ଗତ କିଛି ମାସ ପୂର୍ବରୁ ଏହାର କାର୍ଯ୍ୟ ସମାପ୍ତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ସରକାରଙ୍କ ମାଲ୍ ଦରିଆ ମେଁ ଡାଲ, ମାସେ ନ ପୁରୁଣୁ ରାସ୍ତା ଫାଟି ଆଁ