ଦେବଗଡ଼: ପୌରାଞ୍ଚଳରେ ଫେଲ ମାରିଛି ସରକାରଙ୍କ 'ଗ୍ରୀନ ଫିଲ୍ଡ ଏଲଇଡ଼ି ଷ୍ଟ୍ରିଟ ଲାଇଟ' ଯୋଜନା(Greenfield LED Street Light Yojana) । ସରକାରଙ୍କ ରାଜକୋଷରୁ ଏଥିପାଇଁ ବ୍ୟୟ ହୋଇଛି କୋଟି କୋଟି ଟଙ୍କା । ହେଲେ ସମ୍ପୃକ୍ତ ଠିକାସଂସ୍ଥା ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା କାରଣରୁ ଏହି ଅନୁଦାନ ଅର୍ଥ ପାଣିରେ ପଡିଥିବା ଅଭିଯୋଗ କରିଛନ୍ତି ଦେବଗଡବାସୀ ।
Greenfield LED Street Light ଯୋଜନାରେ ଦୁର୍ନୀତି ଅଭିଯୋଗ - ଓଡିଶା ସରକାର ଆଲୋକୀକରଣ ବ୍ୟବସ୍ଥା
ଦେବଗଡ ପୌରାଞ୍ଚଳରେ ଫେଲ ମାରିଛି ସରକାରଙ୍କ 'ଗ୍ରୀନ ଫିଲ୍ଡ ଏଲଇଡ଼ି ଷ୍ଟ୍ରୀଟ ଲାଇଟ' ଯୋଜନା(Greenfield LED Street Light Yojana) । ଯୋଜନା କେବଳ ନାମକୁ ମାତ୍ର କରାଯାଇଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ । ଅଧିକ ପଢନ୍ତୁ
Greenfield LED Street Light ଯୋଜନାରେ ଦୁର୍ନୀତି ଅଭିଯୋଗ
ଫଳରେ ସରକାର ଯୋଉଁ ମହତ ଉଦ୍ଦେଶ୍ୟ ନେଇ ଦେବଗଡ଼ ପୌରାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ କଲେ, ତାହା ଏପର୍ଯ୍ୟନ୍ତ ସାଧିତ ହୋଇ ପାରିନାହିଁ । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସହର ଆଲୋକୀକରଣ ବ୍ୟବସ୍ଥାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବାକୁ ପୌରବାସୀ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ