ଓଡିଶା

odisha

ETV Bharat / state

ଗୋହିରା ଜଳଭଣ୍ଡାରରେ ବୁଡ଼ିଲା ଡଙ୍ଗା, ଦୁଇଦିନ ହେଲା ନିଖୋଜଙ୍କୁ ଠାବ ପାଇଁ ଚାଲିଛି ସର୍ଚ୍ଚ ଅପେରେସନ - ଦେବଗଡରେ ଡଙ୍ଗା ବୁଡି

ଗୋହିରା ଡ୍ୟାମ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ (boat drowned in Gohira Dam)। ଦୁଇଦିନ ହେଲା ଠାବ ପାଇଁ ଓଡ୍ରାଫ ଟିମର ସର୍ଚ୍ଚ ଅପରେସନ ଜାରି । ଅଧିକ ପଢ଼ନ୍ତୁ

ଦୁଇଦିନ ହେଲା ମିଳୁନି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ
ଦୁଇଦିନ ହେଲା ମିଳୁନି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ

By

Published : Jan 10, 2023, 10:32 PM IST

ଦୁଇଦିନ ହେଲା ମିଳୁନି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ

ଦେବଗଡ:ଗୋହିରା ଡ୍ୟାମ ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ନିଖୋଜ । ଘଟଣାକୁ ଦୁଇ ଦିନ ବିତିଥିଲେ ସୁଦ୍ଧା ମଧ୍ୟ ନିଖୋଜ ବ୍ୟକ୍ତିଙ୍କ କୌଣସି ପତ୍ତା ମିଳିପାରିନାହିଁ (boat drowned in Gohira Dam)। ଦୁଇଦିନ ହେଲା ଅଗ୍ନିଶମ ଓ ଓଡ୍ରାଫ ଟିମ ଜଳଭଣ୍ଡାରରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ନିଖୋଜ ବ୍ୟକ୍ତି ତିଲେଇବଣୀ ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରାମର ନିଳାମ୍ବର ସ୍ବାଇଁ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ତିଳେଇବଣି ବ୍ଲକର ଗୋହିରା ଡ୍ୟାମ ଅପରପାର୍ଶ୍ବରେ ଥିବା ଖଳିନାଳୀ ଗ୍ରାମକୁ ଡଙ୍ଗାରେ ଯାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି (boat drowned in Gohira Dam)। ଗ୍ରାମରେ ହେବାକୁ ଥିବା ନାମଯଜ୍ଞ ପାଇଁ ମାଟି ପାତ୍ର ବରାଦ ଦେବାକୁ ଗତ ରବିବାର ସନ୍ଧ୍ୟାରେ ଡଙ୍ଗା ଯୋଗେ ଖଡ଼ିନାଳି ଗ୍ରାମକୁ ଯାଇଥିଲେ ନିଳାମ୍ବର ।

ତେବେ ଫେରିବା ସମୟରେ ଜଳଭଣ୍ଡାରରେ ଡଙ୍ଗାଟି ବୁଡି ଯାଇଥିଲା । ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ନିରାଶ ହୋଇ ସ୍ଥାନୀୟ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ଟିମ ମଧ୍ୟ ଖୋଜାଖୋଜି କରିଥିଲେ ସୁଦ୍ଧା ଡଙ୍ଗା ଓ ଜାଲ ଉଦ୍ଧାର କରିଥିବା ବେଳେ ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ଘଟଣାସ୍ଥଳରେ ଓଡ୍ରାଫ ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details