ଓଡିଶା

odisha

ETV Bharat / state

ଦେବଗଡ ଜିଲ୍ଲା ଗସ୍ତରେ 5'ଟି' ଟିମ, ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ବ - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ରାଜ୍ୟରେ ଭୁଷୁଡି ପଡିଥିବା ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ରାଜ୍ୟ ସରକାର ମୋ ସରକାର ଓ 5ଟି ମାଧ୍ୟମରେ ଜୋରଦାର ଉଦ୍ୟମ କରୁଛନ୍ତି । ଏହି କ୍ରମରେ ଆଜି ଦେବଗଡ ଜିଲ୍ଲା ପରିଦର୍ଶନରେ ଆସିଛନ୍ତି 5ଟି ଟିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Oct 29, 2019, 3:04 PM IST

ଦେବଗଡ: ମଙ୍ଗଳବାର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ସଚିବମାନେ ଦେବଗଡ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଟିମରେ 5ଟି ସଚିବ ଭିକେ ପାଣ୍ଡିୟାନ ଅର୍ଥ ସଚିବ ଅଶୋକ କୁମାର ମୀନା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ହେଲିକପ୍ଟର ଯୋଗେ ଦେବଗଡ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସଂପ୍ରତ୍ତି ରାଜ୍ୟ ସରକାରଙ୍କ 5ଟି ସଚିବ ଭିକେ ପାଣ୍ଡିୟାନ ଅନ୍ୟାନ୍ୟ ବରିଷ୍ଠ ସଚିବଙ୍କ ସହ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବାବେଳେ ମଙ୍ଗଳବାର ଦେବଗଡ ଜିଲ୍ଲା ଗସ୍ତ କରିଛନ୍ତି । ଦେବଗଡରେ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଇନଡୋରରେ ରୋଗୀଙ୍କୁ ଭେଟି ଚିକିତ୍ସାର ମାନ ନେଇ ପଚାରି ବୁଝିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ପରେ ତିନି ବରିଷ୍ଠ ସଚିବ ଆଦର୍ଶ ମହାବିଦ୍ୟାଳୟ ପରିଦର୍ଶନ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହି ଅବସରରେ ଦେବଗଡ ସହରର ବରିଷ୍ଠ ନାଗରିକମାନେ ତିନି ବରିଷ୍ଠ ସଚିବଙ୍କୁ ଭେଟି ଦେବଗଡ ଜିଲ୍ଲାର ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ । ଖାସ କରି ସ୍ବାସ୍ଥ୍ୟ ବିଭାଗର ଉନ୍ନତି ପାଇଁ, ବିଭିନ୍ନ ଅତ୍ୟାଧୁନିକ ମେସିନ ସ୍ଥାପନ କରିବାକୁ ବରିଷ୍ଠ ନାଗରିକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ତିନି ବରିଷ୍ଠ ସଚିବଙ୍କ ଦେବଗଡ ଜିଲ୍ଲାଗସ୍ତକୁ ନେଇ ଦେବଗଡ ଜିଲ୍ଲାର ନାଗରିକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ସେପଟେ ଉପସ୍ଥିତ ଜନତା ଡାକ୍ତରଖାନାର ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନାରାବାଜି କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details