ଓଡିଶା

odisha

ETV Bharat / state

ସାତସ୍ବପ୍ନ ପାଲଟିଛି ସରକାରୀ ଆବାସ ଯୋଜନା - 30 family did not get any govt facility

ବର୍ଷ ପରେ ବର୍ଷ ବିତିଯାଉଛି, ହେଲେ ମିଳୁନି ସରକାରୀ ଆବାସ । ପଲିଥିନ ଟଣା ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ଦେବଗଡ଼ ଜିଲ୍ଲାର ସୁଗୁଡା ଗାଁ ହରିଜନ ବସ୍ତିର 30ଟି ଗରିବ ପରିବାର । ଅଧିକ ପଢନ୍ତୁ...

ସାତସ୍ବପ୍ନ ପାଲଟିଛି ସରକାରୀ ଆବାସ ଯୋଜନା
ସାତସ୍ବପ୍ନ ପାଲଟିଛି ସରକାରୀ ଆବାସ ଯୋଜନା

By

Published : Apr 8, 2021, 9:56 PM IST

ଦେବଗଡ଼: ବର୍ଷ ପରେ ବର୍ଷ ବିତିଯାଉଛି, ହେଲେ ମିଳୁନି ସରକାରୀ ଆବାସ । ବାସପୋଯୋଗୀ ଘର ଖଣ୍ଡିଏ ନଥିବାରୁ ପଲିଥିନ ଟଣା ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ଦେବଗଡ଼ ଜିଲ୍ଲାର ସୁଗୁଡା ଗାଁ ହରିଜନ ବସ୍ତିର 30ଟି ଗରିବ ପରିବାର ।

ସାତସ୍ବପ୍ନ ପାଲଟିଛି ସରକାରୀ ଆବାସ ଯୋଜନା

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ସୁଗୁଡା ପଞ୍ଚାୟତର ସୁଗୁଡା ହରିଜନ ବସ୍ତିରେ ବସବାସ କରି ଆସୁଛନ୍ତି 30ଟି ହରିଜନ ପରିବାର । ଏସମସ୍ତ ପରିବାରଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ଲେଖାଏଁ ପକ୍କା ବାସଗୃହ । ଭଙ୍ଗା ଦଦରା ଓ ପଲିଥିନ ଟଣା କୁଡ଼ିଆରେ ପିଲାଛୁଆଙ୍କୁ ନେଇ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି ଏସମସ୍ତ ପରିବାର । ସେପଟେ ଗରିବ ଓ ବାସହୀନ ଲୋକଙ୍କୁ ପକ୍କ୍କା ବାସଗୃହ ଯୋଗାଇଦେବା ଲକ୍ଷ୍ୟରେ ସରକାର ବିଜୁ ପକ୍କା ଘର ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ କେତେକଣ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି ।

ହେଲେ ଏହି ବସ୍ତିରେ ଏଯାଏଁ ପହଞ୍ଚି ପାରିନି ସରକାରଙ୍କ ଏସମସ୍ତ ଯୋଜନା । ପକ୍କା ଘର ଖଣ୍ଡିଏ ଲେଖାଏଁ ପାଇବାକୁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଥକି ଗଲେଣି ବସ୍ତି ବାସିନ୍ଦା । ହେଲେ ଏଯାଏଁ କୌଣସି ସୁଫଳ ମିଳିପାରିନାହିଁ । ସୁଗୁଡା ଗାଁ ହରିଜନ ବସ୍ତିରେ ବସବାସ କରୁଥିବା ଏହି ବାସହୀନ ଲୋକଙ୍କ ଦୟନୀୟ ଅବସ୍ଥା ଦେଖିଲେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଆବାସ ଯୋଜନା ଏଠାରେ ଲକ୍ଷଚ୍ୟୁତ ହେବାଭଳି ମନେ ହେଉଛି ।


ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details