ଦେବଗଡ: 15 ଫୁଟ ଲମ୍ବର ଅଜଗର ଉଦ୍ଧାର । ଗୁରୁବାର ରାତିରେ ରିଆମାଳ ରେଞ୍ଜ ଅଧିନ ଉଟୁଣିଆଁ ଗାଁ ହିଞ୍ଜୁଳି ନଦୀ ନିକଟରୁ 15 ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି ।
ରିଆମାଳ ରେଞ୍ଜ ଅଧିନ ଉଟୁଣିଆଁ ଗାଁର କିଛି ଲୋକ ଗୁରୁବାର ରାତି 10 ଟା ସମୟରେ ଗାଁ ନିକଟରେ ଥିବା ହିଞ୍ଜୁଳି ନଦୀକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ନଦୀକୂଳରେ ପ୍ରାୟ 15 ଫୁଟ ଲମ୍ବର ଅଜଗର ସାପ ଦେଖିବାକୁ ପାଇଥିଲେ । ସାପଟିକୁ ଦେଖି ଲୋକେ ଭୟଭୀତ ହୋଇ ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ମାନେ ସାପଟିକୁ ଦେଖିବା ପରେ ଏସମ୍ପର୍କରେ ତୁରନ୍ତ ପଲସମା ଫରେଷ୍ଟରଙ୍କୁ ଖବର ଦେଇଥିଲେ ।